fbpx

News across the Earth, news close to your heart, Read Odisha Bhaskar English

୪୯ ନମ୍ବର ଜାତୀୟ ରାଜପଥରେ ଟ୍ରକ ପଛରୁ ପିଟିଲା କଣ୍ଟେନର୍, କେବିନରେ ଚାପି ହୋଇ ରହିଗଲେ ଡ୍ରାଇଭର

ମୟୂରଭଞ୍ଜ (ଭାସ୍କର ନ୍ୟୁଜ୍): ଟ୍ରକକୁ ପଛ ପଟୁ ଧକ୍କା ଦେଲା କଣ୍ଟେନର୍। ଟ୍ରକ୍ କେବିନରେ ଚାପି ହୋଇ ରହିଗଲେ ଡ୍ରାଇଭର। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରାତି ପ୍ରାୟ ୧୧ଟା ସମୟରେ ଝାରପୋଖରିଆ ୪୯ ନମ୍ବର ଜାତୀୟ ରାଜପଥରେ ଥିବା ଟୋଲପ୍ଲାଜା ନିକଟରେ ଘଟିଛି। ଘଟଣା ସମ୍ପର୍କରେ ସୂଚନା ପାଇଁ ସ୍ଥାନୀୟ ପୋଲିସ ଓ ୧୦୮ ଆମ୍ବୁଲାସ ପହଞ୍ଚି ଥିଲେ। କ୍ରେନ ସାହାଯ୍ୟରେ କେବିନରୁ ଗୁରୁତର ଅବସ୍ଥାରେ  ଟ୍ରକ୍ ଡ୍ରାଇଭରକୁ ଉଦ୍ଧାର କରି ପିଆରଏମ ହସ୍ପିଟାଲ ପଠାଯାଇଥିବା ସୂଚନା ମିଳିଛି।  ଦୁର୍ଘଟଣା ଯୋଗୁଁ ରାଜପଥରେ ଦୀର୍ଘ ୧ ଘଣ୍ଟା ଧରି ଗାଡି ଜାମ ଲାଗିଥିଲା। ପରେ ପୋଲିସ ଟ୍ରାଫିକ୍ ପରିଚାଳନା କରିବା ପରେ ଯାତାୟତ ସୋଭାବିକ ହୋଇଥିବା ଜଣାପଡିଛି। ଦୁର୍ଘଟଣା ସମୟରେ ଟ୍ରକ୍‌ଟି ଖରାପ ଥିବାରୁ  ରାସ୍ତା କଡ଼ରେ ଛିଡା ହୋଇଥିବା ଜଣାପଡିଛି।

 

 

Get real time updates directly on you device, subscribe now.