fbpx

ଘରେ ପଶିଗଲା ଟ୍ରକ: ୩ ଗୁରୁତର

କେନ୍ଦୁଝର, ୧୩ା୧୨ (ଓଡିଶା ଭାସ୍କର): କେନ୍ଦୁଝର ଜିଲ୍ଲା ଟାଉନ ଥାନା ଷଠିଘର ସାହିରେ ଏକ ଅଘଟଣ ଘଟିଯାଇଛି । ଘରଲୋକେ ଶୋଇଥିବା ଅବସ୍ଥାରେ ଘର ମଧ୍ୟକୁ ଏକ ଟ୍ରକ ପଶିଯାଇଥିଲା । ଫଳରେ ସ୍ୱାମୀ, ସ୍ତ୍ରୀ ଓ ୭ ବର୍ଷର ଝିଅ ଗୁରୁତର ହୋଇଛନ୍ତି । ତେବେ ୩ ଗୁରୁତରଙ୍କୁ କେନ୍ଦୁଝର ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ବ୍ୟାପିଯାଇଥିଲା । ଫଳରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତାରୋକ କରିଥିଲେ ଓ କ୍ଷତିପୂରଣ ଦାବି କରିଥିଲେ । ସୂଚନା ଅନୁସାରେ ଟ୍ରକଟି ଭାରସାମ୍ୟ ହରାଇଥିଲା । ତେଣୁ ରାସ୍ତା ପାଶ୍ୱର୍ରେ ଥିବା ଘର ଉପରେ ଏହା ଓଲଟି ପଡ଼ିଥିଲା ।

Get real time updates directly on you device, subscribe now.