ବଡ ଦୁର୍ଘଟଣା! ଟ୍ରକ-ସ୍କୁଲ ଭ୍ୟାନ ପରସ୍ପର ସହିତ ଧକ୍କା

କେନ୍ଦୁଝର: ବଡ ଦୁର୍ଘଟଣା! ଟ୍ରକ-ସ୍କୁଲ ଭ୍ୟାନ ଧକ୍କା। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଠାରେ। ରାମଚନ୍ଦ୍ରପୁର ଥାନା ପେଟ୍ରୋଲ ପମ୍ପ ନିକଟରେ ଘଟିଯାଇଛି ଏହି ଦୁର୍ଘଟଣା।

ଏହି ଦୁର୍ଘଟଣା କାରଣରୁ ସ୍କୁଲ ଭ୍ୟାନ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବାବେଳେ ସେଥିରେ ଥିବା 6 ଛାତ୍ରଛାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି।
ଦୁର୍ଘଟଣା ଘଟିବ ପରେ ସେଠାରେ ଲୋକେ ଜମା ହୋଇଯିବ ସହିତ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ଛାତ୍ରଛାତ୍ରୀ ମାନେ ସାମାନ୍ୟ ଆହତ ହୋଇଥିବାରୁ ସେମାନଙ୍କୁ ଡାକ୍ତରଖାନା ନିଆଯାଇଛି ଏବଂ ପୋଲିସ ଆସି ଏହାର ତଦନ୍ତ ଆରମ୍ଭ କରିଛି।