fbpx

ଇସ୍ରାଏଲ ବୈଜ୍ଞାନିକଙ୍କ ବଡ ଖୁଲାସା, ମଙ୍ଗଳ ଗ୍ରହ ରେ ଏଲିଅନ ଥିବା ନେଇ ଜାଣିଛନ୍ତି ଟ୍ରମ୍ପ

Advertisement

ଇସ୍ରାଏଲର ପୂର୍ବତନ ମହାକାଶ ସୁରକ୍ଷା ମୁଖ୍ୟ ଦାବି କରିଛନ୍ତି ଯେ ଏଲିଏନ୍ ଏବଂ ଆମେରିକୀୟ ମହାକାଶଚାରୀମାନେ ଏକ ଚୁକ୍ତିନାମା କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପ ଏହା ବିଷୟରେ ଜାଣିଛନ୍ତି।

ଇସ୍ରାଏଲର ୟେଡିଅଟ୍ ଆହାରୋନୋଟ ଖବରକାଗଜକୁ ଦେଇଥିବା ଏକ ସାକ୍ଷାତକାରରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରଣାଳୟର ମହାକାଶ ନିର୍ଦ୍ଦେଶାଳୟର ପୂର୍ବତନ ମୁଖ୍ୟ ହେମ ଏସେଡ କହିଛନ୍ତି ଯେ ଅଜ୍ଞାତ ଫ୍ଲାଇଙ୍ଗ ଅବଜେକ୍ଟସ (UFO),  ମହାକାଶଚାରୀମାନଙ୍କୁ ସେମାନଙ୍କ ଉପସ୍ଥିତି ବିଷୟରେ ଆଲୋଚନା ନକରିବାକୁ କହିଛନ୍ତି।ଇସେଦଙ୍କ କହିବା ମୁତାବକ ମହାକାଶରେ ଏଲିଅନ ଥିବା କଥା ସତ । ସେମାନେ କେବେ କେବେ ପୃଥିବୀକୁ ଆସିଥା’ନ୍ତି ଓ ମଙ୍ଗଳ ଗ୍ରହରେ ସେମାନେ ବାସ କରନ୍ତି । ସେ ଆହୁରି ଦାବି କରିଛନ୍ତି କି ଏଲିଅନ ମାନଙ୍କର ଇସ୍ରାଏଲ ଓ ଆମେରିକା ସହିତ ସଂପର୍କ ରହିଛି । ହିବ୍ରୁ ଭାଷା ସାକ୍ଷାତକାରର କିଛି ଅଂଶ ଜେରୁଜେଲମ୍ ପୋଷ୍ଟ ଦ୍ୱାରା ଇଂରାଜୀରେ ପ୍ରକାଶିତ ହୋଇଥିଲା |

Get real time updates directly on you device, subscribe now.