fbpx

କାଗଜ କପରେ ଚା’ କି କଫି ପିଇବା ଖତରନାକ୍

ଅନେକ ଲୋକ କାଗଜ କପରେ ଚା ଓ କଫି ପିଇବାକୁ ପସନ୍ଦ କରନ୍ତି । ଯଦି ଆପଣ ବି ପେପର କପରେ ଚା’ ପିଉଛନ୍ତି, ତେବେ ବେଳ ଥାଉ ଥାଉ ସତର୍କ ହୋଇଯାଆନ୍ତୁ। କାରଣ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଏହାକୁ ନେଇ ବୈଜ୍ଞାନିକମାନେ ଏକ ବଡ ଖୁଲାସା କରିଛନ୍ତି। ଯଦି ଜଣେ ବ୍ୟକ୍ତି ପ୍ରତିଦିନ ୩ଥର ପେପର୍ କପରେ ଚା’ ପିଉଛନ୍ତି ତାହେଲେ ସେ ୭୫ ହଜାର ସୁକ୍ଷ୍ମ ପ୍ଲାଷ୍ଟିକ କଣିକା ଗିଳୁଛନ୍ତି। ପ୍ଲାଷ୍ଟିକ୍ କପ୍ ହାନିକାରକ ଜାଣିବା ପରେ ସମସ୍ତେ ପେପର କପରେ ଚା’ ପିଇବା ଆରମ୍ଭ କରିଥିଲେ। କିନ୍ତୁ ପେପର କପରେ ଚା’ ପିଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ।

ଗବେଷଣାରେ ଏହା ସ୍ପଷ୍ଟ ହୋଇଛି ଯେ କପ୍ ଭିତର ସ୍ଥରରେ ବ୍ୟବହୃତ ସାମଗ୍ରୀରେ ସୁକ୍ଷ୍ମ ପ୍ଲାଷ୍ଟିକ ଓ ଅନ୍ୟ ହାନିକାରକ ପଦାର୍ଥ ରହିଥାଏ ଏବଂ ସେଥିରେ ଗରମ ପଦାର୍ଥ ସେବନ କଲେ ସେହି ପାନୀୟରେ ଦୂଷିତ କଣିକା ମିଶିଯାଇଥାଏ। ଏହି ପେପର କପ୍ ଭିତରେ ହାଇଡ୍ରୋଫୋବିକ ଫିଲ୍ମ ଭଳି ଏକ ପତଳା ସ୍ଥର ଥାଏ ଯାହା ସାଧାରଣତଃ ପ୍ଲାଷ୍ଟିକ ବା ପଲିମରରେ ତିଆରି ହୋଇଥାଏ।

Get real time updates directly on you device, subscribe now.