fbpx

ଭାରତୀୟ ସିଇଓଙ୍କୁ ଭେଟିଲେ ଟ୍ରମ୍ପ

ନୂଆଦିଲ୍ଲୀ,୨୫ ।୨: ଭାରତ ଗସ୍ତର ଦ୍ୱିତୀୟ ଦିନ ବା ଶେଷ ଦିନରେ ହାଇଦ୍ରାବାଦ ହାଉସରେ ମୋଦୀ-ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଶେଷ ହୋଇଛି । ପରେ ଦିଲ୍ଲୀ ସ୍ଥିତ ଆମେରିକା ଦୂତବାସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ ନିଜର ବକ୍ତବ୍ୟ ଦେଇ କହିଛନ୍ତି ଯେ, କରୋନା ମୁକାବିଲା ପାଇଁ ଚୀନର ପଦକ୍ଷେପ ପ୍ରଂଶସାଯୋଗ୍ୟ । ଏଣିକି ସବୁ ଦେଶ ମିଶି ‘କରୋନା’ ଭାଇରସର ମୁକାବିଲା କରିବୁ । ଭାରତରେ ମୋର ଜୋରଦାର ସ୍ୱାଗତ ଦେଖି ଆଶ୍ଚର୍ଯ୍ୟ ଲାଗିଲା । ଭାରତ-ଆମେରିକାରେ ସମାନ ଗଣତନ୍ତ୍ର ଓ ସମାନତା ରହିଛି । ଭାରତ-ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ ହୋଇଛି । ଭାରତ ସହ ୩ ବିଲିୟନ ଡଲାରର ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର ହୋଇଛି ।’

ଏହା ସହ ଆମେରିକା ଦୂତବାସରେ  ସିଇଓଙ୍କ ସହ ବୈଠକରେ କରିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି ଅବସରରେ ଆମେରିକାରେ ନିବେଶ କରିବା ପାଇଁ ଭାରତୀୟ କମ୍ପାନୀକୁ ଟ୍ରମ୍ପ ଅପିଲ କରିଥିଲେ ।

Get real time updates directly on you device, subscribe now.