fbpx

ଭାରତର ଜଳବାୟୁ ଦୂଷିତ: ଟ୍ରମ୍ପ

ନୂଆଦିଲ୍ଲୀ, ୨୩ ।୧୦: ଆମେରିକାରେ ରାଷ୍ଟପତି ନିର୍ବାଚନକୁ ନେଇ ଜୋରଦାର ପ୍ରଚାର ଆରମ୍ଭ ହୋଇଛି । ଡୋନାଲ୍ଡ ଟ୍ରମ୍ପ ଓ ବିଡେନଙ୍କ ମଧ୍ୟରେ ଅନ୍ତିମ ପ୍ରେସିଡେନ୍ସିଆଲ ଡିବେଟ୍ ହୋଇଛି । କରୋନା ମୁକାବିଲାରେ ନିଜ ସରକାରଙ୍କର ସଫଳତାକୁ ବଖାଣିଛନ୍ତି ଆମେରିକା ରାଷ୍ଟ୍ରପତି । ଏଥିସହ ଖୁବ୍ ଶ୍ରୀଘ୍ର କରୋନା ଟିକା ଆସୁଛି ବୋଲି ସେ କହିଛନ୍ତି । ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଆଲୋଚନା କରି ଟ୍ରମ୍ପ କହିଛନ୍ତି ଯେ , ‘ଭାରତର ଜଳବାୟୁ ଦୂଷିତ । ଋଷିଆ, ଚୀନ ସହ ଭାରତର ଜଳବାୟୁ ଦୂଷିତ ରହିଛି ।’

ଏହି ବିତର୍କରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ତୀବ୍ର ସମାଲୋଚନା କରିଛନ୍ତି । କରୋନା ପାଇଁ ଆମେରିକାରେ ୨ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି । ତେଣୁ ନିର୍ବାଚନ ପାଇଁ ଟ୍ରମ୍ଫଙ୍କୁ ଅଯୋଗ୍ୟ ଘୋଷଣା କରିବା ଉଚିତ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.