fbpx
BSKY SKY
BSKY SKY

କ୍ଷମତା ପାଇଁ ବିଜେପି ମମତାଙ୍କୁ ହତ୍ୟା କରିପାରେ: ତୃଣମୂଳ କଂଗ୍ରେସ ନେତା

BSKY

କୋଲକତା, ୧୪ା୧୨ (ଓଡିଶା ଭାସ୍କର): ୨୦୨୧ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ । ମାତ୍ର ନିର୍ବାଚନ ପୂର୍ବରୁ ବର୍ତ୍ତମାନ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ରାଜନୀତି ସରଗରମ ରହିଛି । ପରିସ୍ଥିତିକୁ ଲକ୍ଷ୍ୟ କରି ତୃଣମୂଳ କଂଗ୍ରେସ ନେତା ତଥା ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ କହିଛନ୍ତି ଯେ, ରାଜ୍ୟରେ ସବୁ ଅଶାନ୍ତି ବିଜେପି ସୃଷ୍ଟି କରୁଛି, ଦରକାର ପଡ଼ିଲେ ବିଜେପି ମମତାଙ୍କୁ ହତ୍ୟା ମଧ୍ୟ କରିପାରେ ।

ପଶ୍ଚିମବଙ୍ଗରେ ବାମଦଳର ପତନ ପରେ ଦିଦିଙ୍କ ଆକ୍ରୋଶ ବିଜେପି ଉପରେ ପଡ଼ିଛି । ବିଜେପି କର୍ମୀଙ୍କ ହତ୍ୟା ପାଇଁ ଦଳ ତୃଣମୂଳ କଂଗ୍ରେସକୁ ଦାୟୀ କରୁଛି । କିଛିଦିନ ତଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇଥିଲେ । ତାଙ୍କର କାରକୁ ପଥର ମାଡ଼ ହୋଇଥିଲା । ବିଜେପିର ଅନ୍ୟ ନେତା ମଧ୍ୟ ଆହତ ହୋଇଥିଲେ । ଏହି ଘଟଣା ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନଡ୍ଡାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୩ ଆଇପିଏସଙ୍କୁ ହାଜର ପାଇଁ ନୋଟିସ ଦେଇଥିଲା । ମାତ୍ର ସେମାନେ ହାଜର ହୋଇନଥିଲେ । ପରେ ଉକ୍ତ ୩ ଅଫିସରଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ମମତାଙ୍କୁ କେନ୍ଦ୍ରରୁ ଚିଠି ଆସିଥିଲା । ମମତା ସେମାନଙ୍କୁ ଏଥର ମଧ୍ୟ ଡେପୁଟେସନରେ ପଠାଇନଥିଲେ ।

ଶ୍ରୀ ମୁଖ।।ର୍ଜୀ କହିଛନ୍ତି ଯେ, ବିଜେପି ଭଡ଼ାରେ ଗୁଣ୍ଡା ଆଣି ରାଜ୍ୟରେ ଅରାଜକତା ସୃଷ୍ଟି କରୁଛି । ଯଦି ଆଗାମୀ ନିର୍ବାଚନରେ ଗଡ଼ ଦଖଲରେ ବିଫଳ ହୁଏ, ତେବେ ସେମାନେ ମମତାଙ୍କୁ ହତ୍ୟା କରିବାକୁ ମଧ୍ୟ ପଛାଇବେ ନାହିଁ । ଶ୍ରୀ ନଡ୍ଡାଙ୍କ ଆକ୍ରମଣ ପଛରେ ବିଜେପିର ହାତ ରହିଛି ବୋଲି ଶ୍ରୀ ମୁଖାର୍ଜୀ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.