fbpx

ଏହି ଆଇଲ୍ୟାଣ୍ଡରେ ଚାଲିଛି ସାପଙ୍କ ରାଜୁତି: ଯିଏ ଗଲା ସେ ମଲା

ଦେଶରେ ଏପରି ଏକ ଆଇଲ୍ୟାଣ୍ଡ ରହିଛି, ଯେଉଁଠାରେ ସାପଙ୍କ ରାଜୁତି ଦେଖିବାକୁ ମିଳିଛି । ଥରେ ଯିଏ ସେଠିକି ଯାଇଛି, ସେ ଆଉ ଜୀବନ୍ତ ଫେରିପାରିନାହିଁ । ଏପରି ଆଇଲ୍ୟାଣ୍ଡ ବ୍ରାଜିଲରେ ଥିବା ବେଳେ ଏହାକୁ ସାପ ଆଇଲ୍ୟାଣ୍ଡ ବୋଲି ମଧ୍ୟ କୁହାଯାଏ । ଦୂରରେ ଏହି ଆଇଲ୍ୟାଣ୍ଡକୁ ଦେଖିଲେ ବହୁତ ସୁନ୍ଦର ଦେଖାଯାଏ, କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସେଠାରେ ଦୁନିଆର ସବୁଠାରୁ ବିଷାକ୍ତ ସାପମାନଙ୍କୁ ଦେଖିବାକୁ ମିଳିଥାଏ । ସେଠାରେ ଉଡିପାରୁଥିବା ସାପକୁ ମଧ୍ୟ ଦେଖିବାକୁ ମିଳିଥାଏ । ଏହି ସାପମାନେ ବହୁ ବିଷାକ୍ତ ହୋଇଥାନ୍ତି ।

ତେବେ ଆଇଲ୍ୟାଣ୍ଡରେ ବିଭିନ୍ନ ପ୍ରଜାତିର ପ୍ରାୟ ୪୦୦୦ରୁ ଅଧିକ ସାପ ଅଛନ୍ତି । ସେଠାକୁ ସାଧାରଣ ଲୋକଙ୍କୁ ଯିବା ମନା ହୋଇଥାଏ । କେବଳ ସାପ ସହିତ ବିଶେଷଜ୍ଞମାନେ ଅନୁସନ୍ଧାନ ପାଇଁ ସେଠାକୁ ଯାଇପାରିବେ । ହେଲେବି କିଛି ଶିକାରି ଲୁଚିଛପି ସେଠାକୁ ଯିବା ସହ ଆଇଲ୍ୟାଣ୍ଡରୁ ସାପ ଧରି ବେଆଇନ ଭାବେ ବିକ୍ରି କରିଥାନ୍ତି ।

Get real time updates directly on you device, subscribe now.