fbpx
BSKY
BJD SHG SKY
BJD MC SKY

ତୁନିଶା ଶର୍ମାଙ୍କ ମୃତ୍ୟୁର ଆସିଲା ବଡ଼ ରହସ୍ୟ; ନିଜ ମା ହିଁ ତଣ୍ଟି ଚିପି ହତ୍ୟା କରିଥିବାର ଆସିଲା ଅଭିଯୋଗ

ନୂଆଦିଲ୍ଲୀ: ୨୪ ଡିସେମ୍ବର ୨୦୨୨ ରେ ଟିଭି ଅଭିନେତ୍ରୀ ତୁନିଶା ଶର୍ମା “ଅଲି ବାବା: ଦସ୍ତାନ-ଇ-କାବୁଲ’ ସେଟରେ ଆତ୍ମହତ୍ୟା କରିଥିଲେ । ପୂର୍ବତନ ପ୍ରେମିକ ସିଜାନ ଖାନ ଏବଂ ତାଙ୍କ ପରିବାର ବିରୋଧରେ ଅଭିନେତ୍ରୀଙ୍କ ମା’ ସାଂଘାତିକ ଅଭିଯୋଗ ଆଣିଥିଲେ । ତେବେ ସୋମବାର ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସିିଜାନଙ୍କ ଓକିଲ ଦାବି କରିଛନ୍ତି ଯେ ତୁୁନିଶାଙ୍କର ନିଜ ପରିବାର ସହିତ ଭଲ ସମ୍ପର୍କ ନଥିଲା । ଅଭିନେତ୍ରୀଙ୍କ ମା ତାଙ୍କ ତଣ୍ଟି ଚିପି ହତ୍ୟା କରିଥିବା ସିଜାନଙ୍କ ଓକିଲ ଅଭିଯୋଗ ଆଣିଛନ୍ତି ।

ସିିଜାନ ଖାନଙ୍କ ଓକିଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ତୁନିଶାଙ୍କ ନିଜ ମା ତାଙ୍କର ତଣ୍ଟି ଚିପି ହତ୍ୟା କରିଛନ୍ତି । ତୁନିଷା ସେହି ସମୟରେ କାମ କରୁଥିବା ସିରିଏଲର ନିର୍ଦ୍ଦେଶକଙ୍କୁ ମଧ୍ୟ ଏହି କଥା କହିଥିଲେ । ଏହା ବ୍ୟତୀତ ସେ ତାଙ୍କ ମା’ଙ୍କର ବନ୍ଧୁ ସଞ୍ଜୀବ କୌଶଲଙ୍କ ବିଷୟରେ ମଧ୍ୟ କହିଥିଲେ । ଓକିଲ କହିଛନ୍ତି ଯେ ତୁନିଶା ସଞ୍ଜୀବଙ୍କୁ ଭୟ କରୁଥିଲେ । ସଞ୍ଜୀବଙ୍କ କାରଣରୁ ତୁନିଶାଙ୍କର ଚିନ୍ତା ସମସ୍ୟା ରହିଥିଲା ଏବଂ ଏହି କାରଣରୁ ସେ ତାଙ୍କ ବନ୍ଧୁଙ୍କ ସହିତ ୩ ମାସ ରହିଥିଲେ ।

ସିଜାନଙ୍କ ଓକିଲ ଏହା ମଧ୍ୟ ଦାବି କରିଛନ୍ତି ଯେ ତୁନିଶାଙ୍କ ଟଙ୍କା ତାଙ୍କ ମା ନିଜ ପାଖରେ ରଖିଥିଲେ ଏବଂ ସେ ତୁନିଶାଙ୍କୁ ଟଙ୍କାଟିଏ ମଧ୍ୟ ଦେଉନଥିଲେ । ଟଙ୍କା ପାଇଁ ତୁନିଶା ନିଜ ମାଆଙ୍କୁ ବାରମ୍ବାର ମାଗୁଥିଲେ । ଏପରିକି ତାଙ୍କ ମା ବନିତା ଶର୍ମା ତୁନିଶାଙ୍କୁ ଟଙ୍କା ଦେଲାବେଳେ ବହୁତ ପ୍ରଶ୍ନ କରୁଥିଲେ ।

ତୁନିଶାଙ୍କ ମା ବନିତା ଶର୍ମା ସିଜାନଙ୍କ ପରିବାର ଉପରେ ସାଂଘାତିକ ଅଭିଯୋଗ ଆଣିଥିଲେ ଯେ ସେମାନେ ତୁନିଶାଙ୍କୁ ଉର୍ଦ୍ଦୁ ଶିକ୍ଷା ଦେଉଥିଲେ ଏବଂ ଧର୍ମ ପରିବର୍ତ୍ତନ କରିବାକୁ ତୁନିଶାଙ୍କୁ ଚାପ ପକାଉଥିଲେ । ଏହା ସହିତ ତୁନିଶା ତାଙ୍କ ପରିବାରକୁ ମହଙ୍ଗା ଉପହାର ଦେଉଥିବାର ମଧ୍ୟ କୁହାଯାଇଥିଲା । ସିଜାନଙ୍କ ଭଉଣୀ ଜନ୍ମଦିନ ପାଇଁ ପ୍ଲାନ କରୁଥିଲେ ।

Get real time updates directly on you device, subscribe now.