fbpx

IRCTCକୁ ଟ୍ୟାଗ୍ କରି ଟ୍ୱିଟ୍ କରିବା ପଡିଲା ମହଙ୍ଗା; ଆକାଉଣ୍ଟରୁ କଟିଲା ଏତିକି ହଜାର ଟଙ୍କା

ମୁମ୍ବାଇ: ଆଜିକାଲି ଅନେକ ଲୋକେ ସୋସିଆଲ ମିଡିଆରେ ଖୁବ ସକ୍ରିୟ ରହିଥାନ୍ତି । ମିଟିଙ୍ଗ ଠାରୁ ଆରମ୍ଭ କରି ସପିଙ୍ଗ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଏହି ସୋସିଆଲ ମିଡିଆ ମାଧ୍ୟମରେ ହିଁ କରନ୍ତି । କିନ୍ତୁ ସବୁପରେ ବି ସୋସିଆଲ ମିଡିଆରେ ଏକ ଛୋଟ ଭୁଲ ଏବଂ ଟିକିଏ ଅସାବଧାନତା ଆପଣଙ୍କୁ ବଡ଼ ଅସୁବିଧାରେ ପକାଇପାରେ । ଯାହାଫଳରେ ଆପଣଙ୍କୁ ଅନେକ କିଛି କ୍ଷତି ସହିବାକୁ ପଡେ । ତେବେ ସେହିପରି ଏକ ଘଟଣା ମୁମ୍ବାଇ ସହରର ଜଣେ ମହିଳାଙ୍କ ସହ ହୋଇଛି । ଫଳରେ ତାଙ୍କ ଆକାଉଣ୍ଟରୁ ପ୍ରୟ ୬୪ ହଜାର ଟଙ୍କା କଟିଯାଇଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ ମହିଳା ଜଣଙ୍କ ତାଙ୍କ RAC ଟିକେଟ୍ ବିଷୟରେ ସୋସିଆଲ ମିଡିଆରେ ସେୟାର କରିଥିଲେ। ଯାହାଫଳରେ ସାଇବର ସ୍କାମରମାନେ ଏହାର ସୁଯୋଗ ନେଇ ତାଙ୍କ ଆକାଉଣ୍ଟରୁ ୬୪ ହଜାର ଟଙ୍କା ଠକି ନେଇଛନ୍ତି । ତେବେ ମହିଳାଜଣଙ୍କ RAC ଟିକେଟ୍ ଅପଡେଟ୍ ଜାଣିବାକୁ ଚାହୁଁଥିଲେ । ଯେଉଁକାରଣରୁ ସେ IRCTCକୁ ଟ୍ୟାଗ୍ କରି ଏକ ଟ୍ୱିଟ୍ କରିଥିଲେ । କିନ୍ତୁ ଭୁଲବସତ ମହିଳା ଜଣଙ୍କ ତାଙ୍କ ମୋବାଇଲ ନମ୍ବର ଏବଂ ଟିକେଟର ସବିଶେଷ ବିବରଣୀ ସୋସିଆଲ ମିଡିଆରେ ସେୟାର କରିଦେଇଥିଲା । ଫଳରେ ସାଇବର ଠକମାନେ ଏହାର ଫାଇଦା ଉଠାଇ ତାଙ୍କୁ ଠକି ଦେଇଛନ୍ତି ।କୁହାଯାଉଛି ଯେ ମହିଳା ଜଣକ ଜାନୁଆରୀ ପାଇଁ ଆଇଆରସିଟିସି ୱେବସାଇଟରୁ ଟିକେଟ ବୁକ୍ କରିଥିଲେ। ତାଙ୍କର ଟିକେଟ୍ RAC ହୋଇଯାଇଥିଲା । ତାଙ୍କ ଟିକେଟ୍ ଅନୁସନ୍ଧାନ ପାଇଁ, ତାଙ୍କ ଟିକେଟ୍ ବିବରଣୀ ସହିତ ସେ IRCTCଟ୍ୟାଗିଂ କରୁଥିବା ନମ୍ବରକୁ ମଧ୍ୟ ଟ୍ୱିଟ୍ କରିଛନ୍ତି। ଯାହାଫଳରେ ଠକମାନେ ମହିଳା ଜଣଙ୍କ କରିଥିବା ଏହି ଭୁଲର ସୁଯୋଗ ନେଇଥିଲେ ।

 

ଆକାଉଣ୍ଟରୁ ୬୪ ହଜାର ଟଙ୍କା ଚୋରି କରିନେଲେ ସାଇବର ଠକ: କୁହାଯାଉଛି ଯେ ମହିଳା ଟିକେଟର ସବିଶେଷ ତଥ୍ୟ ଟ୍ୱିଟ୍ କରିବାର କିଛି ସମୟ ପରେ ଚୋରମାନେ ତାଙ୍କୁ ଫୋନ କରିଥିଲେ ଏବଂ ନିଜକୁ IRCTCର କଷ୍ଟମର ସପୋର୍ଟ କହିଥିଲେ । ଏହାପରେ ସାଇବର ଚୋରମାନେ ମହିଳାଙ୍କ ଟିକେଟ୍ କନଫର୍ମ କରିବାରେ ସାହାଯ୍ୟ କରିବାକୁ କହିଥିଲେ। ଏହା ପରେ ସେମାନେ ମହିଳାଙ୍କ ମୋବାଇଲରେ ଏକ ଲିଙ୍କ ପଠାଇ ତାଙ୍କୁ ସମସ୍ତ ବିବରଣୀ ପୂରଣ କରିବାକୁ କହିଥିଲେ। ଯାହାଫଳରେ ମହିଳା ଜଣଙ୍କ ସେହି ଲିଙ୍କ ଓପନ୍ କରି ସମସ୍ତ ବିବରଣୀ ପୁରଣ କରିଥିଲେ । ଏହା ପରେ ସ୍କାମରମାନେ ତାଙ୍କୁ ଦୁଇ ଟଙ୍କାର କାରବାର କରିବାକୁ କହିଥିଲେ।ତେବେ ମହିଳା ଜଣକ ସ୍କାମରଙ୍କୁ ୨ ଟଙ୍କା ଦେବା ପରେ ହଠାତ୍ ତାଙ୍କ ଆକାଉଣ୍ଟରୁ ୬୪ ହଜାର ଟଙ୍କା ଉଟା ହୋଇଥିବାର ମେସେଜ୍ ଆସିଲା । ଫଳରେ ମହିଳା ଜଣଙ୍କ ଜାଣିବାକୁ ପାଇଲେ ଯେ ସେ ସାଇବର କ୍ରାଇମର ଶିକାର ହୋଇଛନ୍ତି । ଏହାପରେ ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ମହିଳାଙ୍କ ଅଭିଯୋଗକୁ ଗ୍ରହଣ କରି ବର୍ତ୍ତମାନ ତଦନ୍ତ ଆରମ୍ଭ କରିଛି।

Get real time updates directly on you device, subscribe now.