fbpx

କଳିଯୁଗରେ କେଉଁ ପାପୀଙ୍କ ଆତ୍ମା ସିଧା ନର୍କକୁ ଯିବ ? ଜାଣନ୍ତୁ କ’ଣ କହୁଛି ଗରୁଡ଼ ପୁରାଣ

ମହର୍ଷି ବେଦବ୍ୟାସଙ୍କ ଅନୁସାରେ ୪ ଯୁଗ ବିଷୟରେ କୁହାଯାଇଛି, ଯାହା ଅନୁସାରେ ସତ୍ୟଯୁଗ, ତୈତୟା ଯୁଗ, ଦ୍ୱାପରଯୁଗ ଓ କଳିଯୁଗ । ଯୁଗର ଆରମ୍ଭ ସତ୍ୟଯୁଗରେ ହୋଇଥିଲା ଓ ଅନ୍ତ କଳିଯୁଗରେ ହେବ । କଳିଯୁଗକୁ ନେଇ ଅନେକ ପ୍ରକାରର ଭବିଷ୍ୟବାଣୀ ହୋଇଛି । ସେହିପରି ଗରୁଡ଼ ପୁରାଣ ଗ୍ରନ୍ଥରେ କଳିଯୁଗରେ ମଣିଷ ଦ୍ୱାରା କରାଯାଇଥିବା ପାପ ଓ ଏହାର ଦଣ୍ଡ ବିଷୟରେ ଉଲ୍ଲେଖ ଅଛି ।

ଭଗବାନ ବିଷ୍ଣୁ ତାଙ୍କ ବାହନ ପକ୍ଷୀରାଜା ଗରୁଡଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ଧର୍ମ, କର୍ମ, ନୀତି, ନିୟମ ଏବଂ ପାପ ଏବଂ ପୂଣ୍ୟ ଆଧାରରେ ମୃତ୍ୟୁ ପରେ ସ୍ୱର୍ଗ-ନର୍କ ବିଷୟରେ ଚର୍ଚ୍ଚା କରିଥିଲେ, ଯାହା ଗରୁଡ ପୁରାଣ ଭାବରେ ଜଣାଶୁଣା ।

ଗରୁଡ଼ ପୁରାଣରେ, ଭଗବାନ ବିଷ୍ଣୁଙ୍କ ଦ୍ୱାରା କଳିଯୁଗରେ କରାଯାଇଥିବା ଏପରି ଖରାପ ପାପ ବିଷୟରେ କୁହାଯାଇଛି, ଯାହାକୁ କରିବା ଦ୍ୱାରା ବ୍ୟକ୍ତି ମୃତ୍ୟୁ ପରେ ସିଧା ନର୍କକୁ ଯାଇଥାଏ ଓ ତାକୁ କଠୋର ଯନ୍ତ୍ରଣା ଭୋଗିବାକୁ ପଡ଼ିଥାଏ । ଗରୁଡ ପୁରାଣରେ କୁହାଯାଇଛି ଯେ, ଏହି ଖରାପ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ନର୍କକୁ ଯିବାରୁ କେହି ବଞ୍ଚାଇ ପାରିବେ ନାହିଁ ।

ତେବେ ଆସନ୍ତୁ ଜାଣିବା କେଉଁ ପାପ କଲେ ନର୍କକୁ ଯିବେ ?
– ଈଶ୍ୱରଙ୍କ ସେବା କରୁଥିବା ବ୍ରାହ୍ମଣମାନଙ୍କୁ ହତ୍ୟା କରୁଥିବା ଓ ଭ୍ରୃଣ ହତ୍ୟା ଗର୍ଭପାତ କରୁଥିବା ଲୋକମାନେ ମରିବା ପରେ ନର୍କକୁ ଯାଆନ୍ତି ।

– କୌଣସି ଗର୍ଭବତୀ ମହିଳାଙ୍କୁ ହତ୍ୟା କରୁଥିବା ବ୍ୟକ୍ତିଙ୍କୁ ନର୍କକୁ ଯିବାକୁ କେହି ରକ୍ଷା କରିପାରିବେ ନାହିଁ ।

– ବିଶ୍ୱାସଘାତକତା ପରେ ବିଷ ଦେଇ ହତ୍ୟା କରୁଥିବା ଲୋକଙ୍କୁ ମଧ୍ୟ ମୃତ୍ୟୁ ପରେ ନର୍କକୁ ଯିବାକୁ ପଡିଥାଏ ।

– ଯେଉଁମାନେ ଧାର୍ମିକ ପୁସ୍ତକ, ଶାସ୍ତ୍ର ଏବଂ ବେଦ-ପୁରାଣ ଉପରେ ପ୍ରଶ୍ନ କରନ୍ତି ସେମାନେ ମଧ୍ୟ ନର୍କକୁ ଯାଇ ଦଣ୍ଡ ଭୋଗନ୍ତି ।

– ଯେଉଁମାନେ ଘରକୁ ଆସୁଥିବା ଅତିଥିଙ୍କୁ ଅସମ୍ମାନ କରନ୍ତି ଏବଂ ଭୋକିଲା ଲୋକଙ୍କୁ ଖାଦ୍ୟ ଏବଂ ଜଳ ଦିଅନ୍ତି ନାହିଁ, ସେମାନଙ୍କୁ ମଧ୍ୟ ନର୍କକୁ ଯିବାକୁ ପଡ଼ିଥାଏ ।

– ଅଜଣା ମହିଳା କିମ୍ବା ପୁରୁଷ ସହିତ ସମ୍ପର୍କ ସ୍ଥାପନ କରୁଥିବା ଲୋକଙ୍କ ଆତ୍ମା ମୃତ୍ୟୁ ପରେ ନର୍କକୁ ଯାଏ ।

– ପର ସ୍ତ୍ରୀ ବା ପୁରୁଷ ସହ ସମ୍ବନ୍ଧ ରଖୁଥିବା ଲୋକଙ୍କ ଆତ୍ମା କରିବା ପରେ ନର୍କକୁ ଯାଆନ୍ତି ।

– ଯେଉଁ ଲୋକମାନେ ଦୁର୍ବଳ ଓ ଅସହାୟ ଲୋକଙ୍କୁ ହଇରାଣ କରନ୍ତି, ସେମାନେ ସିଧା ନର୍କକୁ ଯାଆନ୍ତି ।

– ଯେଉଁମାନେ ମହିଳାଙ୍କ ମାନ-ସମ୍ମାନ ଓ ଇଜ୍ଜତ ଲୁଟନ୍ତି ଓ ଯେଉଁମାନେ ଏଥିରେ ସେମାନଙ୍କୁ ସମର୍ଥନ କରନ୍ତି, ସେମାନଙ୍କୁ ମଧ୍ୟ ମୃତ୍ୟୁ ପରେ ସିଧାସଳଖ ନର୍କକୁ ଯିବାକୁ ପଡିବ ।

– ଯେଉଁମାନେ ନିର୍ଦ୍ଦୋଷ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦିଅନ୍ତି, ସେମାନେ ମଧ୍ୟ ସିଧା ନର୍କକୁ ଯାଇ କଠୋର ଦଣ୍ଡ ଭୋଗନ୍ତି ।

– ଯେଉଁମାନଙ୍କୁ ପଞ୍ଚଦେବ ମହାଦେବ, ଶ୍ରୀ ହରି ବିଷ୍ଣୁ, ସୂର୍ଯ୍ୟ ଦେବ, ଭଗବାନ ଗଣେଶ ଏବଂ ମା ଦୁର୍ଗାଙ୍କ ଭୟ ନଥିବ ଓ ସେମାନେ ତାଙ୍କର ପୂଜାଚ୍ଚର୍ନ ନକରନ୍ତି, ସେମାନେ ସିଧା ନର୍କକୁ ଯାଆନ୍ତି ।

– ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ପଶୁ ବଳି ଦେଉଥିବା ଲୋକମାନେ ମଧ୍ୟ ମୃତ୍ୟୁ ପରେ ନର୍କକୁ ଯାଆନ୍ତି ।

Get real time updates directly on you device, subscribe now.