fbpx
BJD SKY
BJD SKY

ସୁଖସମୃଦ୍ଧି ସହ ଆର୍ଥିକ ସମସ୍ୟା ଦୂର କରେ ହଳଦୀ, ଜାଣନ୍ତୁ ଏହାର ଅନ୍ୟ ଫାଇଦା

BJD

ସଭିଁଙ୍କ ଘରେ ହଳଦୀ ଉପଲବ୍ଧ । ଏହାର ବ୍ୟବହାର ମଧ୍ୟ ବିଭିନ୍ନ ବ୍ୟଞ୍ଜନରେ କରାଯିବା ସାଧାରଣ କଥା । ଏହାକୁ କେବଳ ମସଲା ରୂପେ ନୁହେଁ ବରଂ ଏହାର ଅନେକ ଔଷଧୀୟ ଗୁଣ ରହିଛି । ଆୟୁର୍ବେଦରେ ଏହାକୁ ଔଷଧ ଭାବେ ବ୍ୟବହାର କରାଯାଏ । ସ୍ୱାସ୍ଥ୍ୟ ପାଇଁ ଏହା ଯେତେ ଉପକାରୀ, ଧାର୍ମିକ କାର୍ଯ୍ୟରେ ମଧ୍ୟ ଏହାର ସେତେ ମହତ୍ତ୍ୱ ରହିଛି । ହିନ୍ଦୁ ଧର୍ମରେ ବିବାହ ସମୟରେ ବର-ବଧୂଙ୍କୁ ହଦଳୀ ଲଗାଇବାର ପରମ୍ପରା ରହିଛି । ମାନ୍ୟତା ଅନୁଯାୟୀ, ଏପରି କରିବା ଦ୍ୱାରା ବର-ବଧୂଙ୍କ ଉପରେ ନଜର ଲାଗିନଥାଏ । ଏହାସହ ସ୍ୱାସ୍ଥ୍ୟ ଓ ସୁନ୍ଦରତା ପାଇଁ ଲାଭଦାୟକ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ହଳଦୀର ସମ୍ବନ୍ଧ ବୃହସ୍ପତି ଗ୍ରହଙ୍କ ସହ ବୋଲି କୁହାଯାଏ । ତେବେ ଜାଣନ୍ତୁ ଜୀବନରେ ଖୁସି ଭରିବା ପାଇଁ ଓ ସମସ୍ୟା ଦୂର ପାଇଁ ହଳଦୀ ସହ ଜଡିତ କିଛି ଉପାୟ..

– ଧାର୍ମିକ ମାନ୍ୟତା ଅନୁଯାୟୀ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ହଳଦୀ ଅର୍ପଣ କରନ୍ତୁ । ଏହା ଶୁଭଫଳ ପ୍ରଦାନ କରିଥାଏ । ଭଗବାନ ବିଷ୍ଣୁ ପ୍ରସନ୍ନ ହେଲେ ମା’ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାଆନ୍ତି । ଏହାଦ୍ୱାରା ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହୋଇଥାଏ । ଟଙ୍କାର ଅଭାବ ହୋଇନଥାଏ ।

– ଘରୁ କୌଣସି ଶୁଭ କାର୍ଯ୍ୟରେ ବାହାରକୁ ଯାଉଥିଲେ, ବିଶେଷ କରି ଗୁରୁବାର ଦିନ ଘରୁ ବାହାରକୁ ଯିବା ସମୟରେ ହଳଦୀ ଟିକା ଭଗବାନ ଗଣେଶଙ୍କୁ ଲଗାନ୍ତୁ । ଏହାଦ୍ୱାରା ଶୁଭ କାର୍ଯ୍ୟରେ ସଫଳତା ମିଳିଥାଏ ।

– ହଳଦୀର ସମ୍ବନ୍ଧ ଗୁରୁ ବୃହସ୍ପତିଙ୍କ ସହ ଜଡିତ ବୋଲି କୁହାଯାଏ । ଦେବ ଗୁରୁ ବୃହସ୍ପତିଙ୍କୁ ପ୍ରସନ୍ନ କରିବା ପାଇଁ ହଳଦୀ ରଙ୍ଗର ଜିନିଷ ବୁଟ ଡାଲି, ହଳଦିଆ ବସ୍ତ୍ର, ବେସନ ଲଡୁ, ହଳଦୀର ଦାନ କରନ୍ତୁ । ଏହାଦ୍ୱାରା ଅଟକି ଥିବା କାର୍ଯ୍ୟରେ ସଫଳତା ମିଳିଥାଏ ।

Get real time updates directly on you device, subscribe now.