fbpx
BSKY SKY
BSKY SKY

ପୋଷକ ତତ୍ତ୍ୱରେ ଭରପୁର ମାଛ: ଷ୍ଟ୍ରୋକ୍ ଏବଂ ହୃଦଘାତ୍ ଭଳି ପ୍ରାଣଘାତକ ରୋଗରୁ ଦେଇଥାଏ ସୁରକ୍ଷା

BSKY

ଅନେକ ଲୋକଙ୍କୁ ମାଛ ଖାଇବା ବେଶ ପସନ୍ଦ । ବିଭିନ୍ନ ପ୍ରକାରର ମାଛ ମଧ୍ୟ ରହିଛି । ମାଛ ଖାଇବା ଦ୍ୱାରା ଅନେକ ରୋଗ ଦୂର ହେବା ସହ ଶରୀରରୁ ଅନେକ ରୋଗ ମଧ୍ୟ ଦୂର ହୋଇଥାଏ । ମାଛ ହେଉଛି ଏକ ପୁଷ୍ଟିକର ଖାଦ୍ୟ । ଆପଣ ଶୁଣିଥିବେ ନିଶ୍ଚୟ, ସୁସ୍ଥ ଶରୀର ପାଇଁ ଭୋଜନରେ ମାଛ ସାମିଲ କରିବାକୁ ଡାକ୍ତରମାନେ ପରାମର୍ଶ ଦିଅନ୍ତି । ମାଛରେ ପ୍ରୋଟିନ୍, ଓମେଗା-୩ ଫ୍ୟାଟି ଏସିଡ ରହିଥାଏ । ଯାହା ଅନେକ ରୋଗରୁ ଦୂରେଇ ରଖିବା ସହ ଶରୀର ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ ।

ଭୋଜନରେ ଓମେଗା-୩ ଭରପୁର ମାତ୍ରାରେ ନେବା ଦ୍ୱାରା ହୃଦୟ ଜନିତ ରୋଗ ହେବାର ଆଶଙ୍କା କମ୍ ଥାଏ । ଯଦି ଭୋଜନରେ ଭରପୁର ମାତ୍ରାରେ ମାଛ ସାମିଲ କରୁଛନ୍ତି ତେବେ ଆପଣଙ୍କୁ ମଧୁମେହ ରୋଗ ହେବାର ଆଶଙ୍କା କମ୍ ଥାଏ ।

ଷ୍ଟ୍ରୋକ୍ ଏବଂ ହୃଦଘାତ୍ ଭଳି ପ୍ରାଣଘାତକ ରୋଗରୁ ମାଛ ସୁରକ୍ଷା ପ୍ରଦାନ କରେ । ମାଛ ଶରୀରକୁ ସୁସ୍ଥ ରଖିବା ସହ ମସଲ୍ସକୁ ମଜବୁତ କରିଥାଏ । ଏହା ସହ ମସ୍ତିଷ୍କକୁ ସୁସ୍ଥ ରଖିଥାଏ । ମାଛ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ । ଏହା ସହ ସ୍ମରଣ ଶକ୍ତି ହ୍ରାସ(ମେମୋରି ଲସ୍) ହେବାର ଆଶଙ୍କା କମ୍ ଥାଏ । ଏକାଗ୍ରତା ମଧ୍ୟ ବଢିଥାଏ ।ଓମେଗା-୩ ଏସିଡ୍ ଆଖିର ଜ୍ୟୋତି ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

ମାଛ ଖାଇବା ଦ୍ୱାରା ନିଦ ଭଲ ଭାବରେ ହୋଇଥାଏ । ଯଦି ନିଦ ଜନିତ ସମସ୍ୟା ରହିଛି, ତେବେ ନିୟମିତ ମାଛ ଖାଆନ୍ତୁ । ମାଛରେ ଥିବା ଭିଟାମିନ୍-ଡି ଉତ୍ତମ ନିଦ କରାଇବା ପାଇଁ ଲାଭଦାୟକ ହୋଇଥାଏ ।ତ୍ୱଚା ପାଇଁ ମଧ୍ୟ ମାଛ ଲାଭକାରୀ ହୋଇଥାଏ । ମାଛ ଖାଇବା ଦ୍ୱାରା ବ୍ରଣ ସମସ୍ୟା ଦୂର ହୋଇଥାଏ । ମାଛ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟେରୋଲ ମାତ୍ର କମ୍ ହୋଇଥାଏ । ଯଦି ଆପଣଙ୍କର ହାଇକୋଲେଷ୍ଟେରୋଲ ରହିଥାଏ, ତେବେ ଆପଣଙ୍କ ପାଇଁ ମାଛ ଫଳପ୍ରଦ ସାବ୍ୟସ୍ତ ହେବ ।

ମାଛ ଖାଇବା ଦ୍ୱାରା ଷ୍ଟ୍ରୋକ୍ ହେବାର ଆଶଙ୍କା କମ୍ ଥାଏ । ଏଥିରେ ଥିବା ଭିଟାମିନ୍-ଡି ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରାଇଥାଏ । ମାଛ ଖାଇବା ଦ୍ୱାରା କର୍କଟ ରୋଗ ହେବାର ସମ୍ଭାବନା କମ୍ ଥାଏ ।

ଯଦି ଆପଣଙ୍କର ଉଚ୍ଚ-ରକ୍ତଚାପ ଜନିତ ସମସ୍ୟା ରହିଥାଏ, ତେବେ ମାଛ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । ମାଛ ଖାଇବା ଦ୍ୱାରା ଉଚ୍ଚ-ରକ୍ତଚାପ ନିୟନ୍ତ୍ରିତ ରହିଥାଏ । ଯଦି ଆପଣ ମେଦ ବହୁଳତାକୁ ନେଇ ଚିନ୍ତିତ ଅଛନ୍ତି, ତେବେ ଆପଣ ଭୋଜନରେ ମାଛ ସାମିଲ କରିପାରିବେ । ଏହା ଦ୍ୱାରା ମେଦ ବହୁଳତା ଦୂର ହୋଇଥାଏ ।

Get real time updates directly on you device, subscribe now.