fbpx

(Video) ପ୍ରକୃତି ମିଶ୍ର ଓ ଜସ୍ମିନ ରଥଙ୍କ ଅଭିଯୋଗର କଡ଼ା ଜବାବ ଦେଲେ ପ୍ରଯୋଜକ ଟୁଟୁ ନାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁଙ୍କ ବିରୋଧରେ ଗତକାଲି ଓଲିଉଡର ଦୁଇଜଣ ଅଭିନେତ୍ରୀ କାଷ୍ଟିଂ କାଉଚ ଅଭିଯୋଗ ଆଣିଥିଲେ । ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ଜସ୍ମିନ ରଥ ସଞ୍ଜୟଙ୍କ ନାମରେ ଆଣିଥିଲେ ଏହି ସଙ୍ଗୀନ ଅଭିଯୋଗ । ଏହି ମାମଲାରେ ଆଇନର ଆଶ୍ରୟ ନେବେ ବୋଲି ଅଭିନେତ୍ରୀ ଜସ୍ମିନ କହିଥିଲେ । ସେହିପରି ଫିଲ୍ମ ଦେବାର ପ୍ରଲୋଭନ ଦେଖାଇ ଅନେକ ନବାଗତାଙ୍କୁ ଟୁଟୁ ଶୋଷଣ କରିଥିବା ପ୍ରକୃତି ଅଭିଯୋଗ କରିଥିଲେ ।

ତେବେ ଏହା ମଧ୍ୟରେ ମୁହଁ ଖୋଲିଛନ୍ତି ପ୍ରଯୋଜକ ଟୁଟୁ । ଟୁଟୁ କହିଛନ୍ତି, ବିନା ପ୍ରମାଣରେ କୌଣସି ଅଭିଯୋଗ କରିବା ଠିକ୍ ନୁହେଁ । ପ୍ରକୃତି ମିଶ୍ର କ’ଣ ତାହା ଓଡ଼ିଶାର ଲୋକମାନେ ଜାଣନ୍ତି । ଦର୍ଶକମାନେ ପ୍ରକୃତିଙ୍କ ବିଷୟରେ ଯେଉଁସବୁ କମେଣ୍ଟ ଦେଇଛନ୍ତି ତାହା ପଢ଼ି ମୋତେ ବହୁତ ଖୁସି ଲାଗିଲା । କେଉଁ ହିରୋ, ହିରୋଇନ କ’ଣ କରୁଛନ୍ତି ତାହା କ’ଣ କେହି ଜାଣି ପାରୁନାହାନ୍ତି । ମୁଁ କେବେ କାହାର ଘର ଭାଙ୍ଗିବାକୁ ଚେଷ୍ଟା କରିନି । ସତ କହିଲେ ଛାତି ଫାଟେ ।

ମୋ ବିରୋଧରେ ଅଣାଯାଇଥିବା ଅଭିଯୋଗ ପଛରେ ଏକ ବଡ଼ ଗ୍ରୁପର ହାତ ରହିଛି । ଏପରି କିଛି ଦଲାଲଙ୍କର ପ୍ରମାଣ ମୋ ପାଖରେ ରହିଛି । ଜସ୍ମିନ କିଏ ମୁଁ ତାଙ୍କୁ ଜାଣେ ନାହିଁ । ମୁଁ କ’ଣ ଏତେ ଖରାପ । ମୁଁ କାହିଁ କାହାକୁ କ୍ଲବ ଡାକିବି । ଯେଉଁ ଝିଅକୁ ତା’ର ବାପା, ମାଆ ଭଲ ପାଆନ୍ତି ନାହିଁ ବୋଲି ସେ ନିଜେ କହୁଛି, ଯାହାର ପରିବାରର ସମ୍ମାନ ନାହିଁ ତାହା ବିଷୟରେ ମୁଁ ଅଧିକ କ’ଣ କହିବି । ମୁଁ କ’ଣ ମୋର ମିସେସ ଭଲଭାବେ ଜାଣିଛନ୍ତି, ମୁଁ କ’ଣ ସାରା ଇଣ୍ଡଷ୍ଟ୍ରି ଜାଣିଛି । ମୁଁ ଯାହା କହେ ଫେସ୍ ଟୁ ଫେସ୍ ହିଁ କୁହେ ।

Get real time updates directly on you device, subscribe now.