fbpx

ରାଜଧାନୀରେ ସର୍କସ : ଭୁଶୁଡିଲା ଅଜନ୍ତାର ତମ୍ବୁ

ଭୁବନେଶ୍ୱର : ସର୍କସ ଏମିତି ଗୋଟେ ଜିନିଷ ଯାହାକୁ ଦେଖିବା ପାଇଁ ଛୋଟ ଛୁଆ ଠାରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ଭଲ ପାଆନ୍ତି । ଏହି ଖୁସିକୁ ଉପଭୋଗ କରିବା ଦୀର୍ଘ ୭ ବର୍ଷ ପରେ ଭୁବନେଶ୍ୱରକୁ ସର୍କସ ଆସିଛି । ଅନେକ ବର୍ଷ ପରେ ଆସିଥିବାରୁ ଏହାକୁ ନେଇ ଦର୍ଶକଙ୍କ ମନରେ ଆଗ୍ରହ ଗଢି ଉଠିଥିଲା । ୟୁନିଟ-୩ର ପ୍ରଦର୍ଶନୀ ପଡ଼ିଆରେ ଗତକାଲି ସଂଧ୍ୟା ସମୟରେ ଏହାର ଶୁଭାରମ୍ଭ ପାଇଁ ସମସ୍ତ ପ୍ରସ୍ତୁତି ହୋଇସାରିଥିଲା ।

ମଣିପୁର , ଆଫ୍ରିକା ଓ ଋଷିଆରୁ ଆସିଥିବା ସମସ୍ତ କଳାକାର ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରିବା ପାଇଁ ପ୍ରସ୍ତୁତି ହୋଇସାରିଥିଲେ । ସର୍କସରେ ଫାୟାର ରିଂ , ଫ୍ଲାଇଂ , ଫାୟାର ଡ୍ୟାନ୍ସ , ରିଂ ବାଲାନ୍ସ , ଜୋକର କମେଡି ଓ ସାଇକେଲ ଫ୍ଲାଏ ସହିତ ଭିନ୍ନ ଭିନ୍ନ ପ୍ରକାରର ଦୁଃସାହାସିକ ଖେଳ ସେଠାରେ ପ୍ରଦର୍ଶନ ହୋଇଥାନ୍ତା ।

ଠିକ ଅପରାହ୍ନ ସମୟରେ କାଳବୈଶାଖୀ ଆସି ସବୁ ଉଜାଡି ଦେଲା । ପବନର ଗତି ଜୋର ଥିବା ଯୋଗୁଁ ସର୍କସର ତମ୍ବୁ ଉଡାଇ ଦେଲା । ସେଠାରେ ଥିବା ଦୋଳି ,ଚୌକି ଓ ବେଞ୍ଚ ପବନ ଝଟକାରେ ସବୁ ଓଲଟାଇ ଦେଇଥିଲା । ଯାହା ଫଳରେ ଉଦଘାଟନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା ।

 

Get real time updates directly on you device, subscribe now.