fbpx

ଭୁଲ୍ ରେ ବି କାହାକୁ ଥାଳିରେ ଏକ ସଙ୍ଗେ ଖାଇବାକୁ ଦିଅନ୍ତୁ ନାହିଁ ୩ ରୁଟି, ହୋଇଥାଏ ବହୁ ଅଶୁଭ

ହିନ୍ଦୁ ଧର୍ମରେ ବିଭିନ୍ନ ମାନ୍ୟତା ପ୍ରଚଳିତ । ପୂଜା ପାଠ, ବ୍ରତ ଠାରୁ ଆରମ୍ଭ କରି ଦୈନିକ ଆଚରଣକୁ ନେଇ ବି ବିଭିନ୍ନ ମାନ୍ୟତା ରହିଛି । ପ୍ରତିଦିନ ଆମ ଚାରପଟେ ଏପରି ବହୁ କାର୍ଯ୍ୟ ହୋଇଥାଏ ଯାହାକୁ ଶୁଭ ଓ ଅଶୁଭ ଦୃଷ୍ଟିରୁ ଦେଖାଯାଏ । ଖାଦ୍ୟ ପେୟ ଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ଘଟୁଥିବା ବିଭିନ୍ନ ଘଟଣାକୁ ଶୁଭ-ଅଶୁଭ ଦୃଷ୍ଟିରେ ଦେଖାଯାଇଥାଏ । ଏହି କ୍ରମରେ ଖାଦ୍ୟ ଥାଳିରେ ୩ ରୁଟି ପରଷିବା ବି ଅଶୁଭ ମନେ କରାଯାଏ । ଖାଦ୍ୟ ଥାଳିରେ ଭୁଲ୍ରେ ବି କେବେ ଏକ ସଙ୍ଗେ ୩ ରୁଟି ପରଶିବା ଅନୁଚିତ । ବାସ୍ତୁ ଓ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏହା ପଛରେ କଣ କାରଣ ରହିଛି ଆସନ୍ତୁ ଜାଣିବା ।

ମୃତକର ଖାଦ୍ୟ ସହ ସମାନ:
ହିନ୍ଦୁ ଧର୍ମର ପରମ୍ପରା ଅନୁସାରେ ଖାଇବା ଥାଳିରେ କେବେ ବି ୩ଟି ରୁଟି ଏକ ସଙ୍ଗେ ପରଶନ୍ତୁ ନାହିଁ । ମାନ୍ୟତା ରହିଛି ୩ ରୁଟି ରଖିବା ମୃତକର ଭୋଜନ ସହ ସମାନ ହୋଇଥାଏ । ପରମ୍ପରା ଅନୁଯାୟୀ ଥାଳିରେ ୩ ରୁଟି ସେତେବେଳେ ରଖାଯାଏ ଯେତେବେଳେ ଘରେ କାହାର ମୃତ୍ୟୁ ହୋଇଯାଏ । ମୃତ ବ୍ୟକ୍ତିର ତ୍ରୟୋଦଶୀ ସଂସ୍କାର ପୂର୍ବରୁ ତା ନାମରେ ଥାଳି ଲଗାଯାଇଥାଏ । ଯେଉଁଥିରେ ୩ଟି ରୁଟି ରଖାଯାଏ । ଏହି ଥାଳି ମୃତକର ନାମରେ ରହିଥାଏ ଓ ଏହାକୁ କେବଳ ପରଶିବା ବ୍ୟକ୍ତି ହିଁ ଦେଖିଥାଏ । ଏହି କାରଣରୁ ଜୀବିତ ବ୍ୟକ୍ତିକୁ ଥାଳିରେ ଏକ ସଙ୍ଗେ ୩ ରୁଟି ପରଶିବା ଅଶୁଭ ମନେ କରାଯାଏ ।

ଶତ୍ରୁତା ଭାବ ବଢିଥାଏ:
ଆହୁରିୁ ମଧ୍ୟ ମାନ୍ୟତା ରହିଛି ଯେ, ଯଦି କୌଣସି ବ୍ୟକ୍ତିଙ୍କ ଥାଳିରେ ଏକ ସଙ୍ଗେ ୩ଟି ରୁଟି ପରଶାଯାଏ ଏବଂ ଯେଉଁ ବ୍ୟକ୍ତି ଏହାକୁ ଖାଇଥାଏ ତା ମନରେ ଦ୍ୱିତୀୟ ବ୍ୟକ୍ତି ପ୍ରତି ଶତ୍ରୁତା ଭାବ ଆସିଥାଏ । ଏହି କାରଣରୁ କାହା ଥାଳିରେ ୩ଟି ରୁଟି ଏକ ସଙ୍ଗେ ରଖାଯାଏ ନାହିଁ ।

ଅଶୁଭ ସଂଖ୍ୟା:
ହିନ୍ଦୁ ଧର୍ମରେ ପୁରାତନ କାଳରୁ ହିଁ ପୂଜା ପାଠ କିମ୍ବା ଅନ୍ୟ କୌଣସି ଶୁଭ କାମ କରିବା ସମୟରେ ୩ ଅଙ୍କର ଉପଯୋଗ ଅଶୁଭ ମନେ କରାଯାଏ । ପୂଜା ପାଠରେ କୌଣସି ବି ଜିନିଷ ଯୋଡା ଆକାରରେ ଚଢା ଯାଇଥାଏ । ବୈଜ୍ଞାନିକ ଦୃଷ୍ଟି କୋଣରୁ ଦେଖିଲେ କୌଣସି ଜଣେ ବ୍ୟକ୍ତିଙ୍କୁ ଏକ ସଙ୍ଗେ ଅଧିକ ଖାଦ୍ୟ ପରଶିବା ଖାଦ୍ୟର ଅପଚୟ ହିଁ ହୋଇଥାଏ । ଏଣୁ ଜଣେ ସାଧାରଣ ବ୍ୟକ୍ତିକୁ ପ୍ରଥମ ଥର ଏକ ଗିନାରେ ଡାଲି, ତରକାରୀ, ଅଳ୍ପ ଭାତ ଓ ଦୁଇଟି ରୁଟି ଦେବା ଉଚିତ ।

 

Get real time updates directly on you device, subscribe now.