fbpx

ପାଡ ବିକିଲେ ଟିଭି ସେଲିବ୍ରିଟି: ସପ୍ତାହରେ ଆୟ କଲେ ୩୭ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଅଟୋଗ୍ରାଫ, ଫଟୋଗ୍ରାଫ ଏପରିକି ଜର୍ସି ଏବଂ ଜୋତା ବିକ୍ରି ଆପଣ ଶୁଣିଥିବେ । ତେବେ ଜଣେ ମହିଳା ଟିଭି ସେଲିବ୍ରିଟି ନିଜର ପାଡ ବିକ୍ରି କରୁଛନ୍ତି । ଏହି ଖବରଟି ଶୁଣିବାକୁ ଅଖାଡୁଆ ଲାଗୁଥିଲେ ହେଁ ସତ । ମହିଳା ସେଲିବ୍ରିଟି ଜଣକ ପାଡକୁ ଜାରରେ ମୁଦି ବିକ୍ରି କରିବା ସହିତ ଏକ ସପ୍ତାହ ମଧ୍ୟରେ ଭାରତୀୟ ମୁଦ୍ରାରେ ୩୭ ଲକ୍ଷ ଟଙ୍କା ଆୟ କରିଛନ୍ତି ।

 

View this post on Instagram

 

A post shared by Stephanie Matto (@stepankamatto)

୩୧ ବର୍ଷୀୟ ଅଭିନେତ୍ରୀ ଷ୍ଟିଫାନୀ ମାଟ୍ଟୋ ନିଜର ପାଡ ବିକି ସପ୍ତାହକ ମଧ୍ୟରେ ୩୭ ଲକ୍ଷ ଆୟ କରିଥିବା ନେଇ ସ୍ୱୀକାର କରିଛନ୍ତି । ଏକ ଗ୍ଲାସ ଜାରରେ ପାଡୁଥିବା ବେଳେ ଏହାକୁ ସିଲ୍ କରି ନିଜର ଫ୍ୟାନ ମାନଙ୍କ ନିକଟକୁ ପଠାନ୍ତି । ପ୍ରତି ଜାର ପିଛା ଷ୍ଟିଫାନି ୭୫ ହଜାର ଟଙ୍କା ଦାବି କରନ୍ତି । ଏହା ସହିତ ଅଧିକ ଗ୍ୟାସ ସୃଷ୍ଟି କରିବା ପାଇଁ ଷ୍ଟିଫାନି ନିଜ ଖାଦ୍ୟରେ ବିନ୍ସ, ପ୍ରୋଟିନ୍ ମଫିନ୍, ଶିଝା ଅଣ୍ଡା, ପ୍ରୋଟିନ୍ ଶେକ ଏବଂ ପ୍ରାତଃଭୋଜନରେ ଦହି ଖାଇଥାନ୍ତି । ଏସବୁ ଦ୍ୱାରା ଶରୀରରେ ଅଧିକ ଗ୍ୟାସ ସୃଷ୍ଟି ହୋଇଥାଏ ଏବଂ ପାଡ ଗନ୍ଧ ମଧ୍ୟ ହୋଇଥାଏ । ଏହା ସହିତ ଏହି ଗନ୍ଧକୁ ଅଧିକ ଦିନ ଯାଏଁ ରଖିବାକୁ ସେ ଏବେ ଜାରରେ ଫୁଲ ପାଖୁଡା ବ୍ୟବହାର କରୁଛନ୍ତି । ନିଜର ବ୍ୟବହୃତ ବ୍ରା, ପ୍ୟାଣ୍ଟି, ଚୁଟି ବିକ୍ରି ପାଇଁ ଅନୁରୋଧ ଆସିଥିଲେ ମଧ୍ୟ ସେ ପାଡ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ । ଏହା ସହିତ ବର୍ତ୍ତମାନ ପାଡ ପାଇଁ ଶତାଧିକ ଅନୁରୋଧ ମଧ୍ୟ ଆସୁଛି ।

 

View this post on Instagram

 

A post shared by Stephanie Matto (@stepankamatto)

Get real time updates directly on you device, subscribe now.