fbpx

ୟୁଜର୍ସଙ୍କୁ ଆଉ ଏକ ଝଟକା ଦେଲା ଟ୍ୱିଟର, ବର୍ତ୍ତମାନ ଏହି କାମ ପାଇଁ ମଧ୍ୟ ଦେବାକୁ ପଡ଼ିବ ଟଙ୍କା

Advertisement

ନୂଆଦିଲ୍ଲୀ: ଟ୍ୱିଟର ମାଲିକାନା ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ହାତକୁ ଯିବା ପରେ ଏଥିରେ ଅନେକ ନୁିୟମ ପରିବର୍ତ୍ତନ କରିଛି । ଏବେ କମ୍ପାନୀ ଏହାର ଗ୍ରାହକଙ୍କୁ ଆଉ ଏକ ଝଟକା ଦେଇଛି । ଟ୍ୱିଟର ସୂଚନା ଦେଇଛି ଯେ, ଏହା ବର୍ତ୍ତମାନ ମେସେଜ ମାଧ୍ୟମରେ ଟୁ- ଫ୍ୟାକ୍ଟର ଅଥେନଟିକେସନ୍ ପାଇଁ ଚାର୍ଜ କରିବ । ଏହା ସହିତ କମ୍ପାନୀ ଟ୍ୱିଟ୍ କରି କହିଛି ଯେ ମାର୍ଚ୍ଚ ୨୦ ପରେ କେବଳ ଟ୍ୱିଟର ବ୍ଲୁ ବ୍ୟବହାରକାରୀ ଦୁଇ ଫ୍ୟାକ୍ଟର୍ ପ୍ରାମାଣିକିକରଣ ବ୍ୟବହାର କରିପାରିବେ ।

ଟୁ-ଫାକ୍ଟର ଅଥେଣ୍ଟିକେସନ୍ ହେଉଛି ଏକ ସୁରକ୍ଷା ପ୍ରଣାଳି । ଏଥିରେ ଆକାଉଣ୍ଟକୁ ଲଗ୍ ଇନ୍ କରିବା ପାଇଁ ପାସୱାର୍ଡ ବ୍ୟତୀତ ଏକ ଅତିରିକ୍ତ ସୁରକ୍ଷା ସ୍ତର ଦେଇଥାଏ, ଯାହା ଦ୍ୱାରା ଏହାର ଉପଭୋକ୍ତା ବ୍ୟତୀତ ଅନ୍ୟ କେହି ଆକାଉଣ୍ଟକୁ ପ୍ରବେଶ କରିପାରିବେ ନାହିଁ । କମ୍ପାନୀ ଆହୁରି ଲେଖିଛି ଯେ ଆଜିଠାରୁ ସାଧାରଣ ଆକାଉଣ୍ଟ ପାଇଁ ଟୁ-ଫାକ୍ଟର ଅଥେଣ୍ଟିକେସନ୍ ବନ୍ଦ କରୁଛି । ତେବେ ବର୍ତ୍ତମାନ ଏହି ସେବାର ଲାଭ ଉଠାଇବା ପାଇଁ ଟ୍ୱିଟର ବ୍ଲ୍ୟୁ ସବସ୍କ୍ରିପସନ୍ ଆବଶ୍ୟକ ହେବ ।

ଟ୍ୱିଟର ବ୍ଲ୍ୟୁ ସବସ୍କ୍ରିପସନ ନଥିବା ୟୁଜର୍ସଙ୍କୁ ଟୁ-ଫାକ୍ଟର ଅଥେଣ୍ଟିକେସନ୍ ଡିଜାବେଲ କରିବା ଏବଂ ନୁଆ ବ୍ୟବସ୍ଥାକୁ ଆକ୍ଟିଭ୍ କରିବା ପାଇଁ ୩୦ ଦିନ ସମୟ ଦେଇଛି । ତେବେ ଏଥି ପାଇଁ ୟୁଜର୍ସଙ୍କୁ ନମ୍ବର ବଦଳାଇବାକୁ ପଡ଼ିବ ନାହିଁ ।

Get real time updates directly on you device, subscribe now.