fbpx

ସାବଧାନ! ଆପଣଙ୍କ ଶିଶୁ ଡ୍ରେସ କଲର କିମ୍ବା ନଖ ଚୋବାଉଛନ୍ତି କି ? ଏହା ହେଇପାରେ ମାନସିକ ରୋଗର ଲକ୍ଷଣ, ଷ୍ଟଡିରୁ ଖୁଲାସା

Advertisement

ନୂଆଦିଲ୍ଲୀ:ବର୍ତ୍ତମାନ ସମୟରେ ସବୁ ବର୍ଗର ଲୋକ ଡିପ୍ରେସନର ଶୀକାର ହେଉଛନ୍ତି । ତେବେ ଏହା ଦ୍ୱାରା ମାନସିକ ସ୍ଥିତି ମଧ୍ୟ ବିଗୁଡୁଛି । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ତାଲିକାରେ ଆପଣଙ୍କ ପିଲାମାନେ ମଧ୍ୟ ଥାଇ ପାରନ୍ତି । କାରଣ ଏବେ ପିଲା ମାନଙ୍କ ମଧ୍ୟରେ ଏହି ଲକ୍ଷ୍ୟଣ ଦେଖିବାକୁ ମିଳୁଛି । କିଛି ପିଲା ଏହି କଥା କହିବାକୁ ମଧ୍ୟ ଅସମର୍ଥ ହେଉଛନ୍ତି । ଯାହା କାରଣରେ ଏହି ରୋଗ ତାଙ୍କ ଉପରେ ଏଭଳି ପ୍ରଭାବ ପକାଉଛି ଯାହା ଦ୍ୱାରା ସେମାନେ ଖାଇବା ପିଇବା, ପଢ଼ିବା, ଖେଳିବା ସବୁ କିଛିରେ ଭିନ୍ନତା ଦେଖିବାକୁ ମିଳୁଛି ।

ନିକଟରେ ଆମେରିକୀୟ ପିଲାମାନଙ୍କ ମଧ୍ୟରେ ଉଦାସୀନତା ବଢ଼ିବାରେ ଲାଗିଛି ବୋଲି ଷ୍ଟଡିରୁ ପ୍ରକାଶ ହେଇଛି । ଏହାକୁ ଦୃଷ୍ଟିରେ ରଖି ସେଠାରେ ଥିବା ସ୍ୱାସ୍ଥ୍ୟ ପ୍ୟାନେଲ୍ ୮ ରୁ ୧୮ ବର୍ଷ ବୟସର ସମସ୍ତ ପିଲାଙ୍କୁ ଉଦାସୀନତା ପାଇଁ ସ୍କ୍ରିନିଂ କରିବାକୁ ପରାମର୍ଶ ଦେଇଛି । ଏହି ସୁପାରିଶ ଏପରି ଏକ ସମୟରେ କରାଯାଇଛି ଯେତେବେଳେ ପିଲାମାନଙ୍କ ମଧ୍ୟରେ ଆତ୍ମହତ୍ୟା ହେବାର ଆଶଙ୍କା ଦ୍ରୁତ ଗତିରେ ବଢୁଛି । ଆମେରିକାର ପ୍ରତିଷେଧକ ସେବା ଟାସ୍କ ଫୋର୍ସ ପରାମର୍ଶଦାତା ଗୋଷ୍ଠୀ କହିଛନ୍ତି ଯେ ଏହି ଅନୁସନ୍ଧାନ ପିଲାମାନଙ୍କର ମାନସିକ ଚାପକୁ ହ୍ରାସ କରିବାରେ ସହାୟକ ହେବ।

ମାନସିକ ରୋଗର ନଖ କାମୁଡ଼ିବା ଲକ୍ଷଣ:
ଶିଶୁରୋଗ ସ୍ୱାସ୍ଥ୍ୟ ଏକୀକରଣ କାର୍ଯ୍ୟକ୍ରମର ନିର୍ଦ୍ଦେଶକ କହିଛନ୍ତି ଡ୍ରେସ କଲର /ନଖ ଚୋବାଇବା ମଧ୍ୟ ପିଲାଙ୍କ ଏକ ପ୍ରକାର ମାନସିକ ରୋଗ ଲକ୍ଷଣ ହେଇପାରେ । ଅନ୍ୟପକ୍ଷରେ, କିଶୋର ଅବସ୍ଥାରେ ବିଦ୍ୟାଳୟରେ ପଢିବାକୁ ସଂଘର୍ଷ କରୁଥିବା ପିଲା ଚିନ୍ତାର ଶିକାର ହେଇଥାନ୍ତି। ମାନସିକ ରୋଗରେ ପୀଡିତ ଅର୍ଦ୍ଧେକ ପିଲା ଠିକ୍ ସମୟରେ ଚିକିତ୍ସା ପାଆନ୍ତି ନାହିଁ।
ଆମେରିକାର ଜାତୀୟ ସ୍ୱାସ୍ଥ୍ୟ ପରିସଂଖ୍ୟାନ କେନ୍ଦ୍ରର ସେପ୍ଟେମ୍ବର ରିପୋର୍ଟ ଅନୁଯାୟୀ, ୧୫ ରୁ ୨୪ ବର୍ଷ ବୟସର ଯୁବମାନେ ଆତ୍ମହତ୍ୟା କରିବାରେ ଉଦ୍ୟମ କରନ୍ତି । ୨୦୨୦ ରୁ ୨୦୨୧ ପର୍ଯ୍ୟନ୍ତ ହୋଇଥିବା ସର୍ବେକ୍ଷଣରୁ ଜଣାପଡିଛି ଯେ ୧୦ ରୁ ୧୪ ବର୍ଷ ବୟସର ୧୬% ବାଳିକା ଆତ୍ମହତ୍ୟା କରିଛନ୍ତି। ତେଣୁ ପିଲା ମାନେ ଯେପରି ମାନସିକ ସ୍ଥିତିରେ ଭାରସାମ୍ୟ ନହରେଇ ଏଭଳି କିଛି କାର୍ଯ୍ୟ କରିବା ପୂର୍ବରୁ ସେମାନଙ୍କ ସହ କଥା ହେବା ଆବଶ୍ୟକ ଏବଂ ତାଙ୍କୁ ଭଲ ଭାବରେ ବୁଝିବା ଆବଶ୍ୟକ ।

Get real time updates directly on you device, subscribe now.