fbpx
BSKY
BJD SHG SKY
BJD YOUTH SKY

ଚଳଚ୍ଚିତ୍ରରେ ଅଶ୍ଳୀଳତା ଯୁବକମାନଙ୍କୁ ପ୍ରଭାବିତ କରୁଛି; ଇସଲାମ ଓ ଖ୍ରୀଷ୍ଟିଆନ ଧର୍ମରେ ରହିଛି ସନାତନ ଧର୍ମର ମୌଳିକତା: ବାବା ରାମଦେବ

ନୂଆଦିଲ୍ଲୀ: ଅଶ୍ଳିଳ ଫିଲ୍ମ, ସିରିଏଲ୍‌ରେ ଅଶ୍ଳିଳତା ଏବଂ ମଡର୍ଣ୍ଣ ଫିଲ୍ମ ଗୁଡ଼ିକ ଦ୍ୱାରା ପ୍ରଭାବିତ ହେଉଛନ୍ତି ଭାରତୀୟ ଯୁବକ ଚଳଚିତ୍ର ଏବଂ ବିଭିନ୍ନ ମନୋରଞ୍ଜନ ମାଧ୍ୟମରେ ଯୁବକମାନେ ଅଶ୍ଳିଳତା ଆଡ଼କୁ ଅଧିକ ଆକର୍ଶିତ ହେଉଛନ୍ତି। ଆଜିର ଦିିନରେ ଫିଲ୍ମ ଏବଂ ସିରିଏଲ ଗୁଡ଼ିକରେ ମଧ୍ୟ ଅତ୍ୟଧିକ ଅଶ୍ଳିଳତା ପ୍ରଦର୍ଶନ କରାଯାଉଛି, ଯାହା ଯୁବର୍ଗଙ୍କୁ କବଳିତ କରି ରଖୁଛି ବୋଲି ବାବା ରାମଦେବ କହିଛନ୍ତି।

ଏହି ସମୟରେ ଆଧ୍ୟାତ୍ମିକତା ଶିକ୍ଷା ପାଇଁ ଓକିଲାତି କରି ଯୋଗ ଗୁରୁ କହିଛନ୍ତି ଯେ ତାଙ୍କର ଉଦ୍ଦେଶ୍ୟ ହେଉଛି କୌଣସି ଔଷଧ ନ ଖାଇ ଲୋକଙ୍କୁ ସ୍ୱାଭାବିକ ଭାବରେ ସୁସ୍ଥ ଜୀବନଯାପନ କରିବା । ତେବେ ସମାଜରେ ଅଶ୍ଳୀଳତା ବ୍ୟାପିବା ନେଇ ସେ ଉଦ୍ୱେଗ ପ୍ରକାଶ କରିଥିଲେ। ‘ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି … ଏପରିକି ଚଳଚ୍ଚିତ୍ର ଏବଂ ସିରିଏଲ୍ ଗୁଡିକରେ ଏତେ ଅଶ୍ଳୀଳତା ରହିଛି ଯାହା ଯୁବକମାନଙ୍କୁ ବିପଥଗାମୀ କରୁଛି । ଆମକୁ ଦେଖିବାକୁ ପଡିବ ଯେ ସେମାନେ ଏହିପରି ବିଷୟବସ୍ତୁ ସହିତ ସେମାନେ କିପରି ଜଡ଼ିତ ନହୁଅନ୍ତି’ ବୋଲି ରାମଦେବ କହିଛନ୍ତି।

ସେହିପରି ଯୋଗ ଗୁରୁ ଲୋକମାନଙ୍କୁ କହିଛନ୍ତି, ସନାତନ ଅନୁସରଣ କରିବାକୁ ଅନୁରୋଧ କରନ୍ତି କାରଣ ଏହା ସମସ୍ତ ଧର୍ମକୁ ଯୋଡିଥାଏ । ଏହା ସହିତ ସେ କହିଛନ୍ତି, ‘ମୁଁ ସନାତନ ଶବ୍ଦକୁ ବ୍ୟବହାର କରିଛି କାରଣ ଏଥିରେ ଆମର ସବୁ ଅନନ୍ତ ଚିନ୍ତାଧାରା ଏବଂ ମୂଲ୍ୟବୋଧ ରହିଛି । ଏହା ହିନ୍ଦୁ ଧର୍ମ, ଜୈନ ଧର୍ମ,ବୌଦ୍ଧ ଧର୍ମ ଏବଂ ସିଦ୍ଧ ସମେତ ସମସ୍ତ ଧର୍ମକୁ ସାମିଲ କରିଛି । ସେହିପରି ସନାତନରେ ଇସଲାମ ଏବଂ ଖ୍ରୀଷ୍ଟିଆନ ଧର୍ମର ମଧ୍ୟ ମୌଳିକତା ରହିଛି।’

Get real time updates directly on you device, subscribe now.