fbpx

ମନୀଷ ସିସୋଦିଆଙ୍କୁ ପୁଣି ସିବିଆଇରୁ ଡକରା ; କାଲି ହେବ ପଚରାଉଚରା

ନୂଆଦିଲ୍ଲୀ : ସିବିଆଇ ପୁଣି ଥରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ନୋଟିସ ପଠାଇଛି । ଫେବୃଆରୀ ୧୯ ଆସନ୍ତାକଳି ପଚରାଉଚରା ପାଇଁ ତାଙ୍କୁ ସିବିଆଇ ମୁଖ୍ୟାଳୟରକୁ ଡକାଯାଇଛି । ସିସୋଦିଆ ନିଜେ ଶନିବାର ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି।

ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଏଏପି) ନେତା ମନୀଷ ସିସୋଦିଆ ଶନିବାର ଟ୍ୱିଟ୍ ରେ ଲେଖିଛନ୍ତି ଯେ ଆସନ୍ତାକାଲି ଫେବୃଆରୀ ୧୯ ରେ ସିବିଆଇ ମୁଖ୍ୟାଳୟକୁ ଡକାଯାଇଛି। ସବୁଥର ଭଳି ଏଥର ମଧ୍ୟ ସେ ଯାଞ୍ଚରେ ସହଯୋଗ କରିବି ।

‘ଅପ୍‌’ ନେତା ଟୁଇଟ୍ କରି କହିଛନ୍ତି, “ସିବିଆଇ ଗତକାଲି ପୁଣିଥରେ ଫୋନ କରି ଡକାଇଛି। ସିବିଆଇ, ଇଡିର ମିଶି ସେମାନେ ମୋ ବିରୋଧରେ ଷଡଯନ୍ତ୍ର ଚଳାଇଛନ୍ତି । ମୋ ଘରେ ଚଢାଉ କରିଛନ୍ତି, ବ୍ୟାଙ୍କ ଲକର ସର୍ଚ୍ଚ କରୁଛନ୍ତି ହେଲେ ମୋ ବିରୁଦ୍ଧରେ କିଛି ସେମାନଙ୍କୁ ମିଳିନାହିଁ। ଦିଲ୍ଲୀ ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ମୁଁ ବ୍ୟବସ୍ଥା କରୁଛି। ସେମାନେ ଏହାକୁ ଅଟକାଇବାକୁ ଚାହାଁନ୍ତି। ମୁଁ ସବୁବେଳେ ସିବଆଇ ତଦନ୍ତରେ ସହଯୋଗ କରିଆସୁଛି ଏବଂ ଆଗକୁ ମଧ୍ୟ କରିବି।

ସୂଚନାଯୋଗ୍ୟ, ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାରେ ଚାର୍ଜସିଟ୍ ଦାଖଲ କରିବାର ପ୍ରାୟ ତିନି ମାସ ପରେ ସିବିଆଇ ଡେପୁଟି ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପଚରାଉଚରା ପାଇଁ ଡକାଇଛି। ରବିବାର ଦିନ ସିସୋଡିଆଙ୍କୁ ପଚରାଉଚରା ପାଇଁ ଡକାଯାଇଛି। ତେବେ ଚାର୍ଜସିଟରେ ତାଙ୍କୁ ଅଭିଯୁକ୍ତ ଭାବେ ନାମିତ କରାଯାଇ ନାହିଁ। ଗିରଫ ବ୍ୟବସାୟୀ ବିଜୟ ନାୟାର ଏବଂ ଅଭିଷେକ ବୋଇନପାଲି ଚାର୍ଜସିଟରେ ୭ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି। ମଦ ବ୍ୟବସାୟୀଙ୍କୁ ଲାଇସେନ୍ସ ପ୍ରଦାନ କରିଥିବା ନେଇ ଦିଲ୍ଲୀ ସରକାରଙ୍କ ବିରୋଧ ଅଭିଯୋଗ ହୋଇଥିଲା । ଯାହାକୁ ଆପ୍ ପକ୍ଷରୁ ଖଣ୍ଡନ କରାଯାଇଛି ।

Get real time updates directly on you device, subscribe now.