fbpx

୨୦୨୦ ମସିହାରେ ବିବାହ କରିଥିଲେ ନିକ୍କି-ସାହିଲ, ପାଞ୍ଚଜଣଙ୍କୁ ଗିରଫ କଲା ପୋଲିସ

Advertisement

ନୂଆଦିଲ୍ଲୀ: ନିକ୍କି ହତ୍ୟାକାଣ୍ଡର ଗୁମର ଧିରେଧିରେ ଖୋଲିବାକୁ ଲାଗିଛି । ବର୍ତ୍ତମାନ ପୋଲିସ ହାତରେ ନିିକ୍କି ଏବଂ ସାହିଲର ବିବାହ ସାର୍ଟିଫିକେଟ ଧରାପଡିଛି । ଏହି ସଂପୂର୍ଣ୍ଣ ମାମଲାରେ ନିକ୍କିଙ୍କ ବାପା ସୁନୀଲ ଯାଦବ କହିଛନ୍ତି ଯେ, ପୋଲିସ ନିଜର ତଦନ୍ତ ସଠିକ ଭାବେ କରୁଛି, କିନ୍ତୁ ଆମକୁ ବିବାହ ବିଷୟରେ କୌଣସି ସୂଚନା ନଥିଲା ସେଥିପାଇଁ ଆମେ ଏହି ବିବାହକୁ ସ୍ୱୀକାର କରୁନାହୁଁ । ପୋଲିସ ମୋତେ ପଚରାଉଚରା ପାଇଁ ଡାକିଲେ ମୁଁ ଯିବି ।’

ସିପି କ୍ରାଇମ ବ୍ରାଞ୍ଚ ରବିନ୍ଦର ଯାଦବ କହିଛନ୍ତି ଯେ, ନିକ୍କି ଯାଦବ ହତ୍ୟାକାଣ୍ଡରେ ପୋଲିସ ରିମାଣ୍ଡରେ ସାହିଲ ଗହଲୋତଙ୍କୁ ନେଇ ପଚରା ଉଚରା କରିଛନ୍ତି । ସେ ନିକ୍କି ଯାଦବଙ୍କୁ ହତ୍ୟା କରି ଅନ୍ୟ ଅପରାଧୀ ମାନଙ୍କୁ ଏହି ବିଷୟରେ କହିଥିଲେ ପରେ ସମସ୍ତେ ବିବାହ ସମାରୋହରେ ଯୋଗ ଦେଇଥିଲେ । ଏହି ୫ଜଣଙ୍କ ମଧ୍ୟରୁ ସାହିଲର ବାପା, ଦାଦାଙ୍କ ଦୁଇ ଭାଇ, ଆଶୀଷ, ନବୀନ ଏବଂ ଦୁଇଜଣ ସାଂଗ ଅମର ଏବଂ ଲୋକେଶ ଏଥିରେ ଅନ୍ତର୍ଭୁକ୍ତ ଅଛନ୍ତି । ଏହି ସମସ୍ତଙ୍କୁ ପଚରା ଉଚରା କରାଯାଇଛି । ତାଙ୍କ ବିଷୟରେ ସମସ୍ତ ତଥ୍ୟ ସଂଗ୍ରହ କରାଯାଇ ସେହି ୫ଜଣଙ୍କୁ ଗିରଫ କରାଯାଇଛି ।

ଦିଲ୍ଲୀ ପୋଲିସ, ମୁଖ୍ୟ ଆସାମୀ ସାହିଲ ଗହଲୋତଙ୍କ ବ୍ୟତୀତ ୫ଜଣଙ୍କୁ ଗିରଫ କରିଛି । ସାହିଲ ଗହୋଲତଙ୍କ ପିତା ମଧ୍ୟ ଏହି ଷଡଯନ୍ତ୍ରରେ ଅନ୍ତର୍ଭୁକ୍ତ ଥିଲେ ଏବଂ ତାଙ୍କୁ ପୋଲିସ ଗିରଫ କରିବା କଥା ସାମ୍ନାକୁ ଆସିଛି । ସାହିଲଙ୍କ ବାପାଙ୍କୁ ବୀରେନ୍ଦ୍ର ସିଂହ ସେତେବେଳେ ଗିରଫ କରିଥିଲେ ଯେତେବେଳେ ଜାଣିଲେ କି ସେ ହତ୍ୟାକାଣ୍ଡ ବିଷୟରେ ସବୁକିଛି ଜାଣିଛନ୍ତି । ତାଙ୍କ ଉପରେ ଆଇପିସି ଧାରା ୧୨ଓବି ଅନୁଯାୟୀ ମାମଲା ରୁଜୁ କରାଯାଇଛି ।

Get real time updates directly on you device, subscribe now.