fbpx
BSKY
BJD MC SKY
BJD YOUTH SKY

ନୀତିଶ ବାଣ୍ଟିବେ ବିରୋଧୀଙ୍କୁ ବିଜୟର ମନ୍ତ୍ର, ୨୦୨୪ରେ ଧରାଶାୟୀ ହେବ ବିଜେପି ?

ନୂଆଦିଲ୍ଲୀ:ଆଗକୁ ହେବାକୁ ଥିବା ୨୦୨୪ ନିର୍ବାଚନ ପାଇଁ ଏବେ ସବୁ ଦଳ ପ୍ରସ୍ତୁତ । ତେବେ ଏହା ଭିତରେ ମଧ୍ୟ ଦଳ ଦଳ ମଧ୍ୟରେ ବାକ ଯୁଦ୍ଧ ହେବା ଆରମ୍ଭ ହୋଇ ଗଲାଣି। କିଛି ସଭା ସମିତିରେ ଯୋଗ ଦେଉଥିବା ନେତା ମାନେ ଅନ୍ୟ ଦଳକୁ ମଧ୍ୟ କିପରି ଟାର୍ଗେଟ କରିହେବ ତାହାର କୌଣସି ମଉକା ଛାଡୁ ନାହାଁନ୍ତି । ତେବେ ଏହାଭିତରେ ବିହାର ନିତିଶ କୁମାର ଏକ ଏହି ଭଳି ବୟାନ ଦେଇ ପୁଣି ଚର୍ଚ୍ଚାକୁ ଫେରିଛନ୍ତି । କେବଳ ୧୦୦ଟି ସିଟରେ ବିଜେପି ଚଳିତ ଥର ସୀମିତ ରହିବ ବୋଲି ନିତୀଶ କୁମାର କହିଛନ୍ତି । ଆଉ ତାଙ୍କର ଏହି ବୟାନ ବିରୋଧୀ ମାନେ ଖୁବ ଖୁସିଥିବାର ମଧ୍ୟ ଦେଖିବାକୁ ମିଳୁଛି ।

ସୂଚନାମୁତବକ ଲୋକସଭା ନିର୍ବାଚନ ୨୦୨୪ ପ୍ରସ୍ତୁତିରେ ବିଜେପି ସମେତ ଅନେକ ଦଳ ବ୍ୟସ୍ତ ଅଛନ୍ତି। ଯେଉଁଠାରେ ବିଜେପି ଲଗାତାର ତୃତୀୟ ଥର ପାଇଁ କେନ୍ଦ୍ର ଦଖଲ କରିବାକୁ ଚାହୁଁଛି, ଅନ୍ୟପକ୍ଷରେ, କିଛି ସ୍ଥାନରେ କଂଗ୍ରେସ ବିନା ବିରୋଧୀ ତୃତୀୟ ଫ୍ରଣ୍ଟ ଗଠନ ହେଉଥିବାର ଚର୍ଚ୍ଚା ହେଉଛି। ତେବେ ବିରୋଧୀଦଳ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହାଁନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ କାହାକୁ ଛିଡ଼ା କରେଇବେ । ବିରୋଧୀ ଦଳ ପକ୍ଷରୁ ରାହୁଲ ଗାନ୍ଧୀ, ନୀତୀଶ କୁମାର, ଶରଦ ପାୱାର, ମମତା ବାନାର୍ଜୀ, କେସିଆର ଏବଂ ଅନ୍ୟାନ୍ୟ ନେତାଙ୍କ ନାମ ଉପରେ ଆଲୋଚନା କରାଯାଉଛି, କିନ୍ତୁ ଗୋଟିଏ ବି ନାମ ସ୍ଥିର ହୋଇନାହିଁ। ବିନା ମୁଖ ରେ କିଏ ଆଉ କାହାକୁ ସମର୍ଥନ କରିବେ ବିରୋଧୀ ତାହା ଏଯାବତ ସ୍ଥିର ହେଇପାରି ନାହିଁ।

ସେପଟେ ନୀତୀଶ କୁମାର ଲୋକସଭା ନିର୍ବାଚନରେ ​​ବିଜେପିକୁ ପରାସ୍ତ କରିବାକୁ ସୂତ୍ର କହିଛନ୍ତି। ଏଥିପାଇଁ ବିରୋଧୀଙ୍କୁ ଏକାଠି ଲଢ଼ିବାକୁ ପଡ଼ିବ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଯଦି ବିରୋଧୀ ମିଳିତ ଭାବେ ଲଢ଼ନ୍ତି ତେବେ ବିଜେପି ୧୦୦ ଟି ଆସନକୁ ହ୍ରାସ ପାଇବ। ବର୍ତ୍ତମାନ ଆମେ ୱେଟିଙ୍ଗ ମୋଡ୍ ରେ ଅଛୁ । ସଠିକ୍ ସମୟକୁ ଅପେକ୍ଷା କରିବା। ୨୦୨୪ ନିର୍ବାଚନରେ ​​ସମସ୍ତେ ଏକାଠି ଲଢ଼ିବା ଉଚିତ୍ ।

ଏହା ସହିତ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି ବୋଲି ଅନେକ ଥର ଅସ୍ୱୀକାର କରିଛନ୍ତି। ତାଙ୍କ ଦଳର କର୍ମୀମାନେ ନୀତୀଶ କୁମାରଙ୍କୁ ବିରୋଧୀ ଦଳରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯାଉ ବୋଲି ଦାବି କରିଛନ୍ତି। ଯାହା ଶୁଣିବାକୁ ମିଳୁଛି ଯେ ନୀତୀଶ କୁମାର ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ଭାରତ ଗସ୍ତରେ ଯାଇପାରନ୍ତି। ଅନ୍ୟଦଳ ମାନଙ୍କ ସହିତ ସାକ୍ଷାତ କରିପାରନ୍ତି ଏବଂ ଏକଜୁଟ ହେଇ ଲଦିବାପାଇଁ ଅନ୍ୟ ଦଳକୁ ବୁଝାଇ ପାରନ୍ତି ।

Get real time updates directly on you device, subscribe now.