fbpx

ଶିଶୁ ଜନ୍ମ ଦେବାର ମାତ୍ର ୩ ଘଣ୍ଟା ପରେ ବିଜ୍ଞାନ ପରୀକ୍ଷା ଦେଲେ ମହିଳା

ନୂଆଦିଲ୍ଲୀ : ପ୍ରସବ ପରେ ପୁଣି ପୂର୍ବାବସ୍ଥାକୁ ଫେରିବା ପାଇଁ ଯେଉଁଠି ମହିଳା ମାନଙ୍କୁ ମାସ ମାସ ସମୟ ଲାଗିଯାଏ, ସେଇଠି ଜଣେ ମହିଳା ଶିଶୁକୁ ଜନ୍ମ ଦେବାର ମାତ୍ର ୩ ଘଣ୍ଟା ପରେ ପାରୀକ୍ଷା କେନ୍ଦ୍ରରେ ପହଞ୍ଚି ବିଜ୍ଞାନ ପରୀକ୍ଷା ଦେଇଛନ୍ତି । ପରୀକ୍ଷା ବହୁତ ଭଲ ହୋଇଛି ଏବଂ ଭଲ ମାର୍କ ରହିବ ବୋଲି ମହିଳା ଜଣଙ୍କ ଦୃଢକ୍ତି ପ୍ରକାଶ କରିଛନ୍ତି । ଏହି ଘଟଣାଟି ବିହାରର ବାଙ୍କା ଜିଲାରେ ଘଟିଛି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ବାଙ୍କା ଜିଲା ସରକାରୀ ସ୍କୁଲରେ ପଢୁଥିବା ରୁକ୍ମିଣୀ କୁମାରୀ(୨୨) ସକାଳେ ଏକ ଶିଶୁ ଜନ୍ମ ଦେଇଥିଲେ ଏହାର ଠିକ୍ ୩ ଘଣ୍ଟା ପରେ ତାଙ୍କ ପରୀକ୍ଷା ଥିଲା । ସେ ପରୀକ୍ଷା ଦେବାକୁ ଚାହୁଁଥିଲେ ମଧ୍ୟ ତାଙ୍କ ପରିବାର ସଦସ୍ୟ ଏବଂ ଡାକ୍ତର ତାଙ୍କୁ ବାରଣ କରିଥିଲେ । କିନ୍ତୁ ସେ କାହା ଶୁଣି ନଥିଲେ । ପରୀକ୍ଷା ଦେବାକୁ ଯିବା ପାଇଁ ସେ ଜିଦ୍ ରେ ଅଟଳ ଥିଲେ । ତେଣୁ ତାଙ୍କ ପାଇଁ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଥିଲା ।

ସାମ୍ବାଦିକଙ୍କୁ ସୂଚନା ଦେଇ ରୁକ୍ମିଣୀ କହିଛନ୍ତି, ମଙ୍ଗଳବାର ଦିନ ମୋର ଗଣିତ ପରୀକ୍ଷା ଥିଲା । ସେଦିନ ମୋ ସ୍ୱାସ୍ଥ୍ୟରେ ଅଳ୍ପ କିଛି ସମସ୍ୟା ଅନୁଭବ ହୋଇଥିଲା । କିନ୍ତୁ ପରୀକ୍ଷା ଭଲ ହୋଇଥିଲା । ତା’ପର ମୋର ବିଜ୍ଞାନ ପରୀକ୍ଷା ଥିଲା । ବିଜ୍ଞାନ ପରୀକ୍ଷା ପାଇଁ ମୁଁ ଅଧିକ ଉତ୍ସାହିତ ଥିଲା । କିନ୍ତୁ ପରୀକ୍ଷା ପୂର୍ବ ରାତିରେ ମୁଁ ଯନ୍ତ୍ରଣା ଅନୁଭବ କରିଥିଲି । ବିଳମ୍ବିତ ରାତିରେ ମୋତେ ହସ୍ପିଟାଲ ଯିବାକୁ ପଡିଲା । ସକାଳ ୬ଟାରେ ଏକ ଶିଶୁକୁ ଜନ୍ମ ଦେଇଥିଲି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଚାହୁଛି ମୋ ଶିଶୁ ବଡ ହୋଇ ପଢାପଢିରେ ମନ ଦେଉ ଏବଂ ଲକ୍ଷ୍ୟ ହାସଲ କରୁ । ସେଥିପାଇଁ ମୁଁ ନିଜକୁ ମଧ୍ୟ ଅଟକାଇପାରିନଥିଲି । ମୋର ବିଜ୍ଞାନ ପରୀକ୍ଷା ବହୁତ ଭଲ ହୋଇଛି ଏବଂ ଭଲ ମାର୍କ ରହିବ ବୋଲି ମୁଁ ଆଶା କରୁଛି ।
ଡାକ୍ତର କହିଛନ୍ତି ଯେ, ପରୀକ୍ଷା ଦେବାକୁ ଯିବା ପାଇଁ ଆମେ ରୁକ୍ମଣୀଙ୍କୁ ମନା କରିଥିଲୁ ସେ ମାନି ନଥିଲେ । ବର୍ତ୍ତମାନ ଉଭୟ ମା ଓ ଶିଶୁ ସୁସ୍ଥ ଅଛନ୍ତି । ଭଗବାନ ରୁକ୍ମଣୀଙ୍କ ଉଚ୍ଚ ଶିକ୍ଷା ପାଇବାର ମହତ୍ତ୍ୱକାଂକ୍ଷାକୁ ପୂରା କରନ୍ତୁ ।

Get real time updates directly on you device, subscribe now.