fbpx
BSKY
BJD MC SKY
BJD YOUTH SKY

ଟ୍ୱିଟର ଇଣ୍ଡିଆ ମୁଖ୍ୟଙ୍କ ଟ୍ରାନ୍ସଫର, ଏବେ ଆମେରିକାରେ ସମ୍ଭାଳିବେ ଦାୟିତ୍ୱ

ନୂଆଦିଲ୍ଲୀ: ଟ୍ୱିଟର ଇଣ୍ଡିଆ ମୁଖ୍ୟ ମନୀଷ ମାହେଶ୍ୱରୀଙ୍କ ଆମେରିକାରେ ଟ୍ୱିଟରର ମୁଖ୍ୟ କାର୍ଯ୍ୟାଳୟକୁ ବଦଳି ହୋଇଛି । ଶୁକ୍ରବାର ଏନେଇ କମ୍ପାନୀ ସୂଚନା ଦେବା ସହ କୁହାଯାଇଛି ମାହେଶ୍ୱରୀଙ୍କୁ ମୁଖ୍ୟାଳୟରେ ଏକ ବଡ଼ ଭୂମିକାରେ ଦେଖିବାକୁ ମିଳିବ । ମାହେଶ୍ୱରୀ ୨୦୧୯ ରେ ଏପ୍ରିଲରେ ନେଟୱର୍କ ୧୮ ଛାଡ଼ି ଟ୍ୱିଟର ଇଣ୍ଡିଆରେ ଯୋଗଦେଇଥିଲେ । ଏବେ କମ୍ପାନୀ ପାଇଁ ସେ ଆମେରିକାରେ କାମ କରିବେ । ସେଠାରେ ସେ ରେଭିନ୍ୟୁ ଷ୍ଟ୍ରାଟେଜୀ ଆଣ୍ଡ ଅପରେସନ ରେ ସିନିୟର ଡାଇରେକ୍ଟର ଭାବେ ରହିବେ ।

ଟ୍ୱିଟରର ଜାପାକର ଭାଇସ ପ୍ରେସିଡେଣ୍ଟ ୟୁ ସାସାମୋଟୋ ଶୁକ୍ରବାର ଏକ ଟ୍ୱିଟରେ କହିଛନ୍ତି ଯେ ଗତ ୨ ବର୍ଷରୁ ଅଧିକ ସମୟ ଧରି ଭାରତରେ ଆମର ବ୍ୟବସାୟର ନେତୃତ୍ୱ ପାଇଁ ମନୀଷଙ୍କୁ ଧନ୍ୟବାଦ । ବିଶ୍ୱରେ ନୂତନ ବଜାର ପାଇଁ ରାଜସ୍ୱ ରଣନୀତି ଏବଂ ସଞ୍ଚାଳନ ପ୍ରଭାରୀ ଭାବେ ଆମେରିକାରେ ଆପଣଙ୍କ ନୂଆ ଭୂମିକା ପାଇଁ ଶୁଭେଚ୍ଛା । ଏହି ମହତ୍ୱପୂର୍ଣ୍ଣ ବିକାଶ ଅବସରର ନେତୃତ୍ୱ କରିବାକୁ ନେଇ ଉତ୍ସାହିତ ଅଛି ଟ୍ୱିଟର ।

ଟ୍ୱିଟର ଏପର୍ଯ୍ୟନ୍ତ ଭାରତ ପାଇଁ ଏହାର ନୂଆ ପ୍ରମୁଖଙ୍କ ଘୋଷଣା କରିନାହିଁ । ମାହେଶ୍ୱରୀଙ୍କ ଟ୍ରାନ୍ସଫର ସେତେବେଳେ ହେଉଛି ଯେତେବେଳେ ଟ୍ୱିଟର ରାହୁଲ ଗାନ୍ଧୀ ଏବଂ ଅନ୍ୟ କଂଗେସ ନେତାଙ୍କ ଆକାଉଣ୍ଟକୁ ଏହାର ନିୟମ ଉଲ୍ଲଘଂନ କରିବା ଯୋଗୁଁ ବ୍ଲକ କରିଛି । କଂଗ୍ରେସ ଅଭିଯୋଗ କରିଛି ଏହା ସରକାରଙ୍କ ଇଶାରାରେ କରାଯାଉଛି ।

Get real time updates directly on you device, subscribe now.