fbpx

ଭାରତରେ ଦୁଇଟି ଅଫିସ ବନ୍ଦ କଲା Twitter, କର୍ମଚାରୀଙ୍କୁ ଘରୁ କାମ କରିବାକୁ କହିଲା: ରିପୋର୍ଟ

Advertisement

ନୂଆଦିଲ୍ଲୀ: ଟ୍ୱିଟର ଭାରତରେ ତିନିରୁ ଦୁଇଟି କାର୍ଯ୍ୟାଳୟ ବନ୍ଦ କରିଛି। କମ୍ପାନୀ କର୍ମଚାରୀ ମାନଙ୍କୁ ନିଜ ଘରୁ କାମ କରିବାକୁ କହିଛି। ଏଲନ ମସ୍କ ଟ୍ୱିଟର କିଣିବା ପରେ କମ୍ପାନୀରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଗତବର୍ଷ ଭାରତରେ କମ୍ପାନୀ ଏହାର ୯୦ ପ୍ରତିଶତ ଅର୍ଥାତ୍ ୨୦୦ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଥିଲା। ଏବେ କମ୍ପାନୀ ଦିଲ୍ଲୀ ଏବଂ ମୁମ୍ବାଇରେ ଏହାର କାର୍ଯ୍ୟାଳୟ ବନ୍ଦ କରିଛି।

ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ ଏବେ ବାଙ୍ଗଲୋରରେ କମ୍ପାନୀର ଏକମାତ୍ର କାର୍ଯ୍ୟାଳୟ ବାକି ରହିଛି । ଯେଉଁଠି ପ୍ରାୟତଃ ଇଞ୍ଜିନିଅର କାର୍ଯ୍ୟ କରନ୍ତି । ନାମ ନକହିବା ସର୍ତ୍ତରେ ଜଣେ କର୍ମଚାରୀ ଏହି ସୂଚନା ଦେଇଛନ୍ତି। ଗତବର୍ଷ ଟ୍ୱିଟର କିଣିଥିବା ଏଲନ ମସ୍କ କମ୍ପାନୀକୁ ଆର୍ଥିକ କ୍ଷେତ୍ରରେ ସୁଦୃଢ଼ କରିବା ପାଇଁ ଛଟେଇ ଆରମ୍ଭ କରିଥିଲା।

ଗତକିଛି ବର୍ଷ ମଧ୍ୟରେ ଟ୍ୱିଟର ଭାରତରେ ଏକ ଅଗ୍ରଣି ସୋସିଆଲ ମିଡିଆ କମ୍ପାନୀ ରୂପେ ନିଜକୁ ପ୍ରତିଷ୍ଠିତ କରି ପାରିଛି। ଯେଉଁଥିରେ ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୮୬.୫ ମିଲିୟନ ଅନୁସରଣକାରୀ ଅଛନ୍ତି। ଏହାବାଦ୍ ମଧ୍ୟ ମସ୍କଙ୍କ କମ୍ପାନୀ ଭାରତରେ ଏହାର କାର୍ଯ୍ୟାଳୟ ବନ୍ଦ କରୁଛି। ଏଥିରେ କମ୍ପାନୀର ରାଜସ୍ୱ ଘାଟା ହେବାର ସମ୍ଭାବନା ରହିଛି।

ବାସ୍ତବରେ, ଟ୍ୱିଟରର ଅବସ୍ଥା ବର୍ତ୍ତମାନ ସମୟରେ କିଛି ଭଲ ନାହିଁ। ୪୪ ବିଲିୟନ ଡଲାର କ୍ରୟ ପରଠାରୁ ଟ୍ୱିଟର ଏହାର ସାନ ଫ୍ରାନ୍ସିସ୍କୋ ମୁଖ୍ୟାଳୟ ଏବଂ ଲଣ୍ଡନ କାର୍ଯ୍ୟାଳୟ ପାଇଁ ଲକ୍ଷ ଲକ୍ଷ ଟଙ୍କା ଭଡା ଦେବାରେ ବିଫଳ ହୋଇଛି କମ୍ପାନୀ। ଅନାଦାୟ ସେବା ଉପରେ ଅନେକ କଣ୍ଟ୍ରାକ୍ଟରଙ୍କ ବିରୋଧରେ ମକଦ୍ଦମା ଦାୟର କରାଯାଇଛି ଏବଂ ପକ୍ଷୀ ମୂର୍ତ୍ତି ଠାରୁ ଆରମ୍ଭ କରି ଏସପ୍ରେସୋ ମେସିନ୍ ପର୍ଯ୍ୟନ୍ତ ଟଙ୍କା ଉଠାଇବା ପାଇଁ ନିଲାମ କରାଯାଇଛି।

Get real time updates directly on you device, subscribe now.