fbpx

ଗୁଗୁଲ୍ ଭାରତରେ ବାହାର କଲା ଏତିକି କର୍ମଚାରୀ, ଦାୟିତ୍ୱ ଗ୍ରହଣ କଲେ ସୁନ୍ଦର ପିଚାଇ

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ଦୁନିଆରେ ଆର୍ଥିକ ସଂକଟ ଦେଖାଦେଇଛି । ଫେସବୁକ୍, ଟ୍ୱିଟର, ଆମାଜନ ସମେତ ବଡ ବଡ କମ୍ପାନୀ କର୍ମଚାରୀ ମାନଙ୍କୁ ଚାକିରିରୁ ବାହାର କରିଦେଉଛନ୍ତି । ଏହା ବ୍ୟତୀତ ଗୁଗୁଲ ମଧ୍ୟ ଏହି ଛଟେଇରେ ସାମିଲ ହୋଇଛି । ବର୍ତ୍ତମାନ ପୁଣିଥରେ କମ୍ପାନୀ ଭାରତୀୟ ମାନଙ୍କୁ ବଡ଼ ପଦକ୍ଷେପରେ ଛଟେଇ କରିଛି । କୁହାଯାଉଛି ଯେ, ଗୁଗୁଲ ଭାରତରେ ୪୫୩ କର୍ମଚାରୀଙ୍କୁ ଗୁଗୁଲ ଚାକିରିରୁ ବାହାର କରିଛି ।

ବିଜନେସଲାଇନ ରିପୋର୍ଟରେ ପ୍ରକାଶ ପାଇଛି ଯେ, ଗତକାଲି ରାତିରେ ଗୁଗୁଲ ୪୫୩ ଜଣ ଭାରତୀୟଙ୍କୁ ମେଲ କରି କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଇଛି । ଏହି ମେଲକୁ ଗୁଗୁଲ ଇଣ୍ଡିଆ କଣ୍ଟ୍ରି ହେଡ୍ ଏବଂ ଭଏସ ପ୍ରେସିଡେଣ୍ଟ ସଂଜୟ ଗୁପ୍ତା କରିଛନ୍ତି । ଏହି ଛଟେଇ ଉପରେ ଗୁଗୁଲର ପ୍ୟାରେଣ୍ଟ କମ୍ପାନୀ ଆଲ୍ଫାବେଟର ସିଇଓ ଭାରତୀୟ ମୂଳର ସୁନ୍ଦର ପିଚାଇଙ୍କ ସହମତି ମଧ୍ୟ ଉଲ୍ଲେଖ କରାଯାଇଛି ।

ରିପୋର୍ଟ ଅନୁସାରେ, ବହୁ କିଛି କାରଣ ପାଇଁ ଗୁଗୁଲ ଏହି ଛଟେଇର ନିଷ୍ପତ୍ତି ନେଇଛି ଏବଂ ସୁନ୍ଦର ପିଚାଇ ଏହିସବୁ ନିଷ୍ପତ୍ତିର ଦାୟିତ୍ୱ ଗ୍ରହଣ କରିଛନ୍ତି । ଜାନୁଆରୀ ୨୦୨୩ ଆରମ୍ଭରେ ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ଦ୍ୱାରା ପଠାଯାଇଥିବା ଏକ ନୋଟରେ ସେ ଦାବି କରିଥିଲେ ଯେ, ଆମେରିକାର ବାହରେ ଗୁଗୁଲ୍ ବାହାର କରିଥିବା ସ୍ଥାନୀୟ ନିୟମ ମୁତାବକ ରିପୋର୍ଟ ମିଳିବ । ଏହା ମଧ୍ୟରେ ଭାରତରେ ପୁଣିଥରେ ୪୫୩ କର୍ମଚାରୀଙ୍କୁ ବାହାର କରାଯାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ଗୁଗୁଲ କେତେ କର୍ମଚାରୀଙ୍କୁ ବାହାର କରିଛି ତାହା ସ୍ପଷ୍ଟ ହୋଇନାହିଁ ।

ଗତ ମାସରେ ଗୁଗୁଲର ପ୍ୟାରେଣ୍ଟ କମ୍ପାନୀ ଆଲ୍ଫାବେଟ ଇଂକ ଘୋଷଣା କରିଥିଲେ ଯେ, ପାଖାପାଖି ୧୨,୦୦୦ କର୍ମଚାରୀଙ୍କୁ ଛଟେଇ କରାଯିବ । ଏହି ଛଟେଇ ବିଶ୍ୱସ୍ତରରେ କମ୍ପାନୀର ସମୁଦାୟ ୧୨୦୦ କର୍ମଚାରୀଙ୍କ ଛଟେଇ କରାଯିବ । ଏହି ଛଟେଇ ବିଶ୍ୱସ୍ତରେ କମ୍ପାନୀର ସମୁଦାୟ ହେଡକାଉଣ୍ଟର ପାଖାପାଖି ୬ ପ୍ରତିଶତ ହେବ । ଭାରତରେ କରାଯାଇଥିବା ଏହି ଛଟେଇର ନୂଆ ଦୌଡ଼ ଆରମ୍ଭ କରାଯାଇଛି ।

Get real time updates directly on you device, subscribe now.