fbpx

ଟ୍ୱିଟର କର୍ମଚାରୀଙ୍କୁ ଶକ୍ତ ଝଟକା ; ପ୍ୟାରେଣ୍ଟାଲ ଲିଭ୍ ୧୪୦ ଦିନରୁ ମାତ୍ର ୧୪ ଦିନକୁ ହ୍ରାସ କଲେ ଏଲୋନ୍ ମସ୍କ

ନୂଆଦିଲ୍ଲୀ : ଏଲୋନ୍ ମସ୍କ ଟୁଇଟର ଦାୟିତ୍ୱ ନେବା ପରେ ଅନେକ ବଡ଼ ପରିବର୍ତ୍ତନ କରିଛନ୍ତି। ୟୁଜର୍ସଙ୍କ ପାଇଁ ନୂଆ ନୂଆ ନିୟମ କରିଛନ୍ତି । କିନ୍ତୁ ଏବେ ଯେଉଁ ନିୟମ କରିଛନ୍ତି, ତାହା ୟୁଜର୍ସ ପାଇଁ ନୁହେଁ ବରଂ ଟ୍ୱଟର କର୍ମଚାରୀଙ୍କ ପାଇଁ । ଖୋଲା ଅର୍ଥରେ କହିବାକୁ ଗଲେ ଟ୍ୱଟର କର୍ମଚାରୀଙ୍କ ଜୋର ରେ ଝଟକା ଲାଗିଛି । ପ୍ୟାରେଣ୍ଟାଲ ଲିଭ୍ କୁ ହ୍ରାସ କରିଛନ୍ତି ଏଲୋନ୍ ମସ୍କ । ୧୪୦ ଦିନରୁ ମାତ୍ର ୧୪ ଦିନକୁ ହ୍ରସ କରାଯାଇଛି । ଅର୍ଥାତ୍ ପୂର୍ବରୁ ପ୍ୟାରେଣ୍ଟାଲ ଲିଭ୍ ପାଇଁ ୨୦ ସପ୍ତାହ ମିଳୁଥିବା ବେଳେ ଏବେ ମାତ୍ର ୨ ସପ୍ତାହ ମିଳିବ । ଏନେ ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ ପ୍ରକାଶ ପାଇଛି । ଏହି ପରିବର୍ତ୍ତିତ ନିୟମ ସେହି କର୍ମଚାରୀଙ୍କୁ ଅଧିକ ପ୍ରଭାବିତ କରିବ, ଆମେରିକାର ଯେଉଁ ରାଜ୍ୟରେ ପେଡ୍ ଲିଭ୍ ନାହିଁ ।

ଏଲୋନ୍ ମସ୍କଙ୍କ ଏହି ପଦକ୍ଷେପ ପରେ ସୋସିଆଲ ମିଡିଆରେ ତାଙ୍କୁ କଡ଼ା ସମାଲୋଚନା କରାଯାଉଛି। ଅନେକ ଲୋକ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ମା’ମାନଙ୍କୁ ସେମାନଙ୍କ ନବଜାତ ଶିଶୁମାନଙ୍କ ସହିତ ରେଷ୍ଟ, ସମ୍ପୁୂର୍ଣ୍ଣ ସୁସ୍ଥ ଏବଂ ସମୟ ବିତାଇବାକୁ ଅଳ୍ପ ସମୟ ମିଳିବ । ଯାହା ଠିକ୍ ନୁହେଁ ।

Get real time updates directly on you device, subscribe now.