fbpx

ଫାଶୀ ଲଗାଇ ଲୋକପ୍ରିୟ କୋରିଓଗ୍ରାଫରଙ୍କ ଆତ୍ମହତ୍ୟା: ମୃତ୍ୟୁ ପୂର୍ବରୁ ଭିଡିଓ ସେୟାର କରିଥିଲେ ଚୈତନ୍ୟ

ମୁମ୍ବାଇ: ସାଉଥ ସିନେମାର ଲୋକପ୍ରିୟ କୋରିଓଗ୍ରାଫର ଚୈତନ୍ୟ ମାଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଏପ୍ରିଲ ୩୦ ତାରିଖରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଚୈତନ୍ୟ ଆଣିଥିବା ଋଣଭାର ସୁଝିବାର ଚିନ୍ତାରେ ସେ ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁ ପୂର୍ବରୁ ସେ ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଯାହାକୁ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ମିଳିତିବା ସୂଚନା ଅନୁସାରେ, ତେଲୁଗୁର ଏକ ଡାନ୍ସ ଶୋ’ରେ କୋରିଓଗ୍ରାଫର ଭାବରେ ପରିଚୟ ପାଇଥିବା ଚୈତନ୍ୟ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଆନ୍ଧ୍ରପ୍ରଦେଶର ନେଲୋରରେ ମିଳିଛି ଚୈତନ୍ୟଙ୍କ ମୃତଦେହ । ତେବେ ମୃତ୍ୟୁ ପୂର୍ବରୁ ସେ ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଭିଡିଓରେ ସେ କହିଛନ୍ତି ଯେ, ଆଣିଥିବା ସମସ୍ତ ଲୋନ୍ ଟଙ୍କା ସୁଝି ପାରି ନାହାନ୍ତି । ତେଣୁ ଏହି ଚାପକୁ ସହି ନ ପାରିବାରୁ ସେ ଆତ୍ମହତ୍ୟା କରୁଛନ୍ତି । ଏହାପରେ ସେ କହିଥିଲେ ଯେ, ମୋ ମା, ବାପା ଏବଂ ଭଉଣୀ ମୋର ବହୁତ ଭଲ ଯତ୍ନ ନେଇଥିଲେ ଏବଂ ମୋତେ କୌଣସି ସମସ୍ୟାର ସାମନା କରିବାକୁ ପଡି ନଥିଲା । ଏଥିସହିତ ସେ ଏହି ଭିଡିଓ ଜରିଆରେ ତାଙ୍କର ସମସ୍ତ ସାଙ୍ଗ ଏବଂ ଅନ୍ୟମାନଙ୍କୁ ମଧ୍ୟ କ୍ଷମା ପ୍ରାର୍ଥନା କରିଛନ୍ତି । କେବଳ ଋଣ ନେବାକୁ ନୁହେଁ, ବରଂ ଏହାକୁ ସୁଝିବାର ମଧ୍ୟ କ୍ଷମତା ରହିବା ଉଚିତ । କିନ୍ତୁ ମୁଁ ଏହା କରି ପାରିନାହିଁ । ତେଣୁ ବର୍ତ୍ତମାନ ମୁଁ ଶେଷ ନିଷ୍ପତ୍ତି ନେଉଛି ।

Get real time updates directly on you device, subscribe now.