fbpx
BJD SKY
BJD SKY

ଏଣିକି ସହଜରେ ପାଇବେ ଭେରିଫାୟାଡ୍ ଟୁଇଟର୍ ଆକାଉଣ୍ଟ୍

୬ ମାସ ରହିବାକୁ ପଡ଼ିବ ଆକ୍ଟିଭ୍

BJD

ନୂଆଦିଲ୍ଲୀ : ପ୍ରାୟ ୩ ବର୍ଷର ବ୍ୟବଧାନ ପରେ ଟୁଇଟର୍ ପକ୍ଷରୁ ପବ୍ଲିକ୍ ଭେରିଫିକେସନ୍ ଆରମ୍ଭ ହୋଇଛି । ଅର୍ଥାତ୍ ଏବେ ଯେ କୌଣସି ଲୋକ ନିଜ ଟୁଇଟର୍ ଆକାଉଣ୍ଟକୁ ଭେରିଫାୟାଡ୍ ଟୁଇଟର୍ ଆକାଉଣ୍ଟ କରିପାରିବେ । ତେବେ ଏଥିପାଇଁ କିଛି ନିୟମାବଳୀ ରହିଛି । ଆପଣମାନଙ୍କୁ ତଦନୁଯାୟୀ ଆବେଦନ କରିବାକୁ ପଡିବ । ୨୦୧୭ରେ ଟୁଇଟର୍ ପକ୍ଷରୁ ପବ୍ଲିକ୍ ଭେରିଫିକେସନ୍ ବନ୍ଦ କରିଦିଆଯାଇଥିଲା । କିନ୍ତୁ ଏବେ ଏହାକୁ ପୁଣିଥରେ ଆରମ୍ଭ କରାଯାଇଛି । ଏନେଇ ଗତ ସପ୍ତାହରେ ଟୁଇଟର୍ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ପବ୍ଲିକ୍ ଭେରିଫିକେସନ୍ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖୁବ୍ ଶୀଘ୍ର ଏହାକୁ ଆରମ୍ଭ କରାଯିବ ।

 

ଏ ସମ୍ପର୍କରେ ଟୁଇଟର୍ କହିଛି ଯେ, ପ୍ରଥମ ପର୍ଯ୍ୟାୟରେ ୬ଟି ବର୍ଗର ଲୋକମାନେ ଭେରିଫାୟାର୍ଡ ଆକାଉଣ୍ଟ ପାଇଁ ଆବେଦନ କରିପାରିବେ । ସେଗୁଡିକ ହେଲା; ସରକାରୀ କମ୍ପାନୀ, ବ୍ରାଣ୍ଡସ୍, ନନ୍ ପ୍ରଫିଟ୍ ଅର୍ଗାନାଇଜେସନ୍, ନ୍ୟୁଜ୍, ମନୋରଞ୍ଜନ, ଖେଳ, ଅର୍ଗାନାଇଜର୍ ଏବଂ ଅନ୍ୟାନ୍ୟ ପ୍ରଭାବଶାଳୀ ବ୍ୟକ୍ତିବିଶେଷ । ତେବେ ଟୁଇଟର୍ ଏହା ମଧ୍ୟ କହିଛି ଯେ, ଯେଉଁ ମାନଙ୍କର ଅନୁଗାମୀ(ଫଲୋର୍ସ) ଅଧିକ ରହିଥିବେ ସେମାନେ ମଧ୍ୟ ଏଥିପାଇଁ ଆବେଦନ କରିପାରିବେ । ଭେରିଫାୟାଡ୍ ଆକାଉଣ୍ଟ କରିବା ପାଇଁ ଟୁଇଟର୍ ରେ ଆପଣଙ୍କ ନାମ ସ୍ପଷ୍ଟ ରହିବା ଆବଶ୍ୟକ, ପ୍ରୋଫାଇଲ୍ ପିକ୍ଚର ଏବଂ ମୋବାଇଲ୍ ନମ୍ବର ଅଥବା ଇ-ମେଲ୍ ଆଇଡି ଭେରିଫାୟାର୍ଡ ହୋଇଥିବା ଜରୁରୀ । ଏହା ବ୍ୟତୀତ ଯଦି ଗତ ୬ ମାସ ଯାଏ ଆପଣ ଟୁଇଟର୍ ରେ ଆକ୍ଟିଭ୍ ରହିଛନ୍ତି ତେବେ ମଧ୍ୟ ଆପଣ ଭେରିଫାୟାର୍ଡ ଆକାଉଣ୍ଟ ପାଇଁ ଆବେଦନ କରିପାରିବେ ।

କିପରି କରିବେ ଆବେଦନ ?
ଟୁଇଟର୍ ପକ୍ଷରୁ ଯେତେବେଳେ ଭେରିଫିକେସନ୍ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିବ, ସେତେବେଳେ ଆପଣମାନେ ଆକାଉଣ୍ଟରେ ସେଟିଙ୍ଗରେ ଭେରିଫିକେସନ୍ ଆପ୍ଲିକେସନ୍ ଦେଖିବାକୁ ପାଇବେ । ସବୁ ୟୁଜର୍ ମାନଙ୍କ ଆକାଉଣ୍ଟରେ ଏହା ଶୋ’ କରିବ । ଏହାପରେ ଭେରିଫିକେସନ୍ ଆପ୍ଲିକେସନ୍ କୁ ଯାଇ ଆପଣ ମାନେ ସେଥିରେ ଥିବା ଅପସନ୍ ସବୁକୁ ନିଜ ହିସାବରେ ଚୟନ କରିବେ । ତେବେ ଏଥିପାଇଁ ଆବଶ୍ୟକ ପ୍ରମାଣପତ୍ରର ବିବରଣୀ ଦେବାକୁ ପଡ଼ିବ । ଏହାପରେ ଆପଣ ଦେଇଥିବା ସୂଚନା ସବୁକୁ ଟୁଇଟର୍ ଯାଞ୍ଚ କରିବା ପରେ ଆପଣ ଆକାଉଣ୍ଟକୁ ବ୍ଲୁ ଟିକ୍ ସହିତ ଭେରିଫାୟାଡ୍ କରାଯିବ ।

Get real time updates directly on you device, subscribe now.