fbpx

ରେସଲର ସାଗର ହତ୍ୟାକାଣ୍ଡ ମାମଲା: ପୋଲିସକୁ ମିଳିଲା ଫେରାର୍ ଅଭିଯୁକ୍ତ ସୁଶୀଲ କୁମାରଙ୍କ ନୂଆ ଲୋକେସନର ଠିକଣା

ନୂଆଦିଲ୍ଲୀ, ୨୧ା୫: ଜୁନିୟର ରେସଲର ସାଗର ଧନକରଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ଅଲମ୍ପିକ ପଦକ ବିଜେତା ରେସଲର ସୁଶୀଲ କୁମାରଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଜୋରଦାର ଚଢ଼ାଉ ଜାରି ରହିଛି । ତେବେ ପୋଲିସକୁ ସୁଶୀଲଙ୍କ ଲାଷ୍ଟ ଲୋକେସନର ସନ୍ଧାନ ମିଳିଛି । ସୁଶୀଲ ଶେଷ ଥର ପାଇଁ ପଞ୍ଜାବର ବଥିଣ୍ଡାରେ ଥିବା ନେଇ ପୋଲିସକୁ ମିଳିଛି ସୁରାକ୍ । ତେବେ ପୋଲିସକୁ ଚକମା ଦେବା ପାଇଁ ସୁଶୀଲ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିବା ପୋଲିସ ଜାଣିପାରିଛି । ପୋଲିସ ବଥିଣ୍ଡାରେ ପହଞ୍ଚିବା ପୂର୍ବରୁ ସୁଶୀଲ ଉକ୍ତ ସ୍ଥାନ ଛାଡ଼ି ଫେରାର ହୋଇଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ସୁଶୀଲ ନିଜର ମୋବାଇଲ ନମ୍ବର ବଦଳାଇବା ସହ ନୂଆ ସିମ୍ କାର୍ଡ ବ୍ୟବହାର କରି ଇଣ୍ଟରନେଟ ମାଧ୍ୟମରେ ବାର୍ତ୍ତାଳାପ କରୁଛନ୍ତି । ଫେରାର ସୁଶୀଲ ବାରମ୍ବାର ପୋଲିସକୁ ଚକମା ଦେବା ସହ ସ୍ଥାନ ପରିବର୍ତ୍ତନ କରୁଛନ୍ତି । ତେବେ ଖୁବଶୀଘ୍ର ସୁଶୀଲ ପୋଲିସ ହାତରେ ଧରାପଡ଼ିବେ ବୋଲି ଦିଲ୍ଲୀ ପୋଲିସ ସୂଚନା ଦେଇଛି । ସୂଚନାଯୋଗ୍ୟ ଯେ, ସୁଶୀଲଙ୍କ ବିଷୟରେ ସୂଚନା ଦେଲେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଲ୍ଲୀ ପୋଲିସ ଦ୍ୱାରା ଘୋଷଣା କରାଯାଇଥିଲା । ସାଗରଙ୍କ ହତ୍ୟା ମାମଲାରେ ଦିଲ୍ଲୀର ରୋହିଣୀ କୋର୍ଡ ସୁଶୀଲ ସମେତ ୯ ଜଣଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟା ଜାରି କରିଥିଲେ ।

Get real time updates directly on you device, subscribe now.