fbpx

ରାଜ୍ୟରେ ଅଢ଼େଇ କୋଟି ଟପିଲା ଟିକାକରଣ

ଭୁବନେଶ୍ୱର,(ଓଡିଶା ଭାସ୍କର): କରୋନା ମୁକାବିଲା ପାଇଁ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ରାଜ୍ୟରେ ଠିକାକରଣରେ ଆଉ ଏକ ମାଇଲଖୁଣ୍ଟି ଅତିକ୍ରମ କରିଛି । ରାଜ୍ୟରେ ଅଢ଼େଇ କୋଟି ଟପିଛି ଟିକାକରଣ । ବର୍ତ୍ତମାନ ସୁଦ୍ଧା ମୋଟ ୨ କୋଟି ୫୦ ଲକ୍ଷ ୧୧ ହଜାର ୨୩୩ ଟିକାକରଣ ଦିଆ ସରିଛି । ପ୍ରଥମ ଡୋଜ ୧ କୋଟି ୮୮ ଲକ୍ଷ ୨୧ ହଜାର ୭୨ ଜଣ ନେଇଥିବା ବେଳେ ୬୧ ଲକ୍ଷ ୯୦ ହଜାର ୧୬୧ ଜଣ ଉଭୟ ଡୋଜ୍ ନେଇଛନ୍ତି । ରାଜ୍ୟର ୮୦୯ଟି ଟିକାକରଣ କେନ୍ଦ୍ରରେ ଟିକା ଦିଆଯାଉଛି । ୯୯୯ଟି ସରକାରୀ ଓ ୩୧ଟି ଘରୋଇ କେନ୍ଦ୍ରରେ ଟିକା ଦିଆଯାଉଛି ।

Get real time updates directly on you device, subscribe now.