fbpx

ଟିକା ଟେଣ୍ଡରରେ ମିଳିଲା ଦୁଇଟି ବିଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟିକା ଅଭାବକୁ ଦୃଷ୍ଟିରେ ରଖି ଟିକା କିଣିବା ନେଇ ରାଜ୍ୟ ସରକାରଙ୍କ ଗ୍ଲୋବାଲ୍ ଟେଣ୍ଡର ଆରମ୍ଭ କରିଛନ୍ତି । ଗ୍ଲୋବାଲ୍ ଟେଣ୍ଡରରେ ୨ଟି ଆବେଦନ ମିଳିଥିବା ସୂଚନା ମିଳିଛି । ଆଜି ଦୁଇଟି ବିଡ୍ ଆସିଛି । ବର୍ତ୍ତମାନ ଏହାର ତର୍ଜମା ଚାଲିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ପକ୍ଷରୁ ଟିକାର ଗ୍ଲୋବାଲ୍ ଟେଣ୍ଡର ପ୍ରକ୍ରିୟାକୁ ନେଇ ପ୍ରି-ବିଡିଂ ବୈଠକ କରିଥିଲେ । ହେଲେ ଏହି ବୈଠକକୁ କୌଣସି ବି ଟିକା ଉତ୍ପାଦନକାରୀ କମ୍ପାନୀ ଆସିନଥିଲେ । ସେମାନେ ସିଧାସଳଖ କେନ୍ଦ୍ର ସହିତ ଚୁକ୍ତି କରିବାକୁ କହିଥିଲେ ।

ସୂଚନାଯୋଗ୍ୟ, ରାଜ୍ୟରେ ଆବଶ୍ୟକ ଟିକା ଅଭାବ ଥିବାରୁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରାଯାଇଥିଲା। ୩.୮ କୋଟି ଟିକା କିଣିବାକୁ ଟେଣ୍ଡର ଡକାଯାଇଥିବା ମୁଖ୍ୟ ଶାସନ ସଚିବ କହିଥିଲେ । ୪ ମାସ ମଧ୍ୟରେ ସମସ୍ତ ସପ୍ଲାଇ ଦେବାକୁ କୁହାଯାଇ ଥିଲା । ସଫଳ ବିଡିଂ ହେଲେ ମେ’ ୨୮ ପରେ ଆମେ ଟିକା କିଣିପାରିବା ବୋଲି ସେ କହିଥିଲେ । ହେଲେ ଏହାକୁ ମେ’ ୧ ତାରିଖକୁ ଘୁଞ୍ଚାଇଦିଆଯାଇଥିଲା ।

Get real time updates directly on you device, subscribe now.