fbpx

ସୁଶାନ୍ତ ସିଂ କେସରେ ଆସିଲା ଭିନ୍ନ ମୋଡ ! ସିଦ୍ଧାର୍ଥ ପିଠାନୀ କଲେ ଏହି ଖୁଲାସା, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଏକ ବର୍ଷ ପୂରଣ ହେବା ପୂର୍ବରୁ ଘଟଣାରେ ଆସିଛି ନୂଆ ମୋଡ । ନିକଟରେ ସୁଶାନ୍ତଙ୍କ ରୁମମେଟ୍ ସିଦ୍ଧାର୍ଥ ପିଠାନୀଙ୍କୁ ଡ୍ରଗ୍ସ ମାମଲାରେ ଉଠାଇନେଇଛି ଏନସିବି । ସିଦ୍ଧାର୍ଥ ମେ’ ୨୬ରୁ ଜେଲରେ ଥିବା ବେଳେ ପଚରାଉଚରା ସମୟରେ ସେ କିଛି ନୂଆ ଖୁଲାସା କରିଛନ୍ତି ।

ମେ’ ୨୬ରେ ହାଇଦ୍ରାବାଦରୁ ସିଦ୍ଧାର୍ଥକୁ ଏନସିବି ଗିରଫ କରିଥିଲା । ପରେ ତାଙ୍କୁ ଟ୍ରାଞ୍ଜିଟ ଗିରଫ ୱାରେଣ୍ଟରେ ମୁମ୍ବାଇ ଅଣାଯାଇଥିଲା । ସେଠାରେ ପଚରାଉଚରା ଚାଲିଥିବା ବେଳେ ସିଦ୍ଧାର୍ଥ ଅଭିନେତାଙ୍କ ସହ ଜଡିତ କିଛି ଲୋକଙ୍କ ନାମ ନେଇଛନ୍ତି । ସିଦ୍ଧାର୍ଥ ଦ୍ୱାରା ନିଆଯାଇଥିବା ନାମ ଆଧାରରେ, ଖୁବଶୀଘ୍ର ପୋଲିସ ସେମାନଙ୍କୁ ପଚରାଉଚରା କରିପାରେ । ଖବର ଅନୁସାରେ, ସିଦ୍ଧାର୍ଥ ସାମୁଅଲ ମିରାଣ୍ଡାର ନାମ ନେଇଛି ।

ସୂଚନା ମୁତାବକ, ସାମୁଅଲ ହେଉଛନ୍ତି ସୁଶାନ୍ତଙ୍କ ଘରର ମ୍ୟାନେଜର । ଏହା ପୂର୍ବରୁ ଏନସିବି ତାଙ୍କୁ ପଚରାଉଚରା କରିଥିଲା । ଏଭଳି ପରିସ୍ଥିତିରେ ଏନସିବି ପୁଣି ଥରେ ସାମୁଅଲଙ୍କୁ ପଚରାଉଚରା କରିବାକୁ ଯାଉଛି । ସିଦ୍ଧାର୍ଥ ଗିରଫ ହେବା ପରେ ନୀରଜ ଓ କେଶବକୁ ପଚରାଉଚରା ପାଇଁ ଡକାଇଥିଲା ଏନସିବି । କେବଳ ଏତିକି ନୁହେଁ, ସୁଶାନ୍ତଙ୍କ ବଡିଗାର୍ଡକୁ ପଚରାଉଚରା କରାଯାଇଥିଲା ।

ତେବେ ସୁଶାନ୍ତ ସିଂଙ୍କ ନିଧନ ପରେ ପ୍ରଥମେ ରୁମକୁ ଯାଇଥିବା ବ୍ୟକ୍ତି ହେଉଛନ୍ତି ସିଦ୍ଧାର୍ଥ । ସେ ହିଁ ଅଭିନେତାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଜଣାଇଥିଲେ । ଏହି ଆଧାରରେ ସିଦ୍ଧାର୍ଥଙ୍କୁ ପଚରାଉଚରା ମଧ୍ୟ କରାଯାଇଥିଲା । ଏବେ ପୁଣି ସିଦ୍ଧାର୍ଥକୁ ଗିରଫ କରାଯିବାରୁ ଲାଗୁଛି କି, ଘଟଣାରେ କିଛି ନୂଆ ମୋଡ ଆସିବାକୁ ଯାଉଛି ।

ଉଲ୍ଲେଖଯୋଗ୍ୟ ଯେ, ଗତ ବର୍ଷ ଜୁନ ୧୪ରେ ସୁଶାନ୍ତଙ୍କ ମୃତ୍ୟୁ ଘଟିଥିଲା । ସେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ନିଜ ଫ୍ଲାଟରେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିଲେ । ସୁଶାନ୍ତଙ୍କ ମୃତ୍ୟୁକୁ ଏକ ବର୍ଷ ପୂରଣ ହେବାକୁ ଯାଉଛି, କିନ୍ତୁ ବର୍ତ୍ତମାନ ସୁଦ୍ଧା ଅନୁସନ୍ଧାନକାରୀ ସଂସ୍ଥା କିଛି ବି ଫଳାଫଳରେ ପହଞ୍ଚିପାରିଲେ ନାହିଁ । ସିବିଆଇ ଓ ଏନସିବି ଦ୍ୱାରା ଘଟଣାର ଯାଞ୍ଚ ଏବେବି ଚାଲିଛି । ସୂଚନାଯୋଗ୍ୟ, ସଂପ୍ରତି ସିବିଆଇ ସହ ଅନେକ ଯାଂଚ ଏଜେନ୍ସି ଏହି ମାମଲାର ତଦନ୍ତ କରୁଛନ୍ତି । କିନ୍ତୁ ମୃତ୍ୟୁର ପୂର୍ବ ରାତି ପ୍ରାୟ ୧ଟାରେ ପିଠାନୀ ଶେଷ ଥର ସୁଶାନ୍ତଙ୍କ ସହ କଥା ହୋଇଥିଲେ । ଉଭୟ ଲକଡାଉନ ସମୟରେ ଏକାଠି ରହୁଥିଲେ ।

Get real time updates directly on you device, subscribe now.