fbpx

ଦୁଇଟି କଲେଜ ବସକୁ ସିଜ୍ ସହ ଫାଇନ

ଭୁବନେଶ୍ୱର, ୨ା୩(ଓଡ଼ିଶା ଭାସ୍କର): ଗତକାଲିଠାରୁ ଟ୍ରାଫିକ ନିୟମକୁ କଡ଼ା କଡ଼ି ଭାବେ ଲାଗୁ କରାଯାଇଛି । ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ଜୋରଦାରରେ ଫାଇନ ଆଦାୟ ହେଉଛି । ସେହିପରି ଆଜି ଦୁଇ ଘରୋଇ ଶିକ୍ଷାନୁଷ୍ଠାନ ବସକୁ ସିଜ୍ କରାଯିବା ସହ ୫୧ହଜାର ଫାଇନ ହୋଇଥିବା ନେଇ ସୂଚନା ମିଳିଛି । ଉଭୟ ଗାଡ଼ିକୁ ୨୫ହଜାର ୫୦୦ଲେଖାଏଁ ଫାଇନ ହୋଇଛି । ସେହି ଦୁଇଟି ବସକୁ ନୟାପଲ୍ଲୀ ଅଞ୍ଚଳରେ ଆରଟିଓ-୧ ସିଜ କରିଛି । ଗାଡ଼ିର ପଞ୍ଜିକରଣ ,ପରମିଟ ଓ ପ୍ରଦୂଷଣ ପ୍ରମାଣପତ୍ର ନଥିବାରୁ ସିଜ୍ ସହ ଫାଇନ ହୋଇଛି । ବିନା ପଞ୍ଜୀକରଣ ପାଇଁ ୫ହଜାର ଟଙ୍କା ଫାଇନ ହୋଇଛି ।ସେହିପରି ପ୍ରଦୂଷଣ ପାଇଁ ୧୦ହଜାର ଓ ପରମିଟ ପାଇଁ ୧୦ହଜାର ଫାଇନ ହୋଇଥିବା ନେଇ ସୂଚନା ରହିଛି । ସେହି ଦୁଇଟି ବସକୁ ଚେକିଂ ବେଳେ ପରିବହନ ବିଭାଗ ସିଜ୍ କରିଛି ।

Get real time updates directly on you device, subscribe now.