fbpx

ଆପ୍ ର ଜନପ୍ରତିନିଧି ସମ୍ମିଳନୀରେ ପାରିତ ହେଲା ଦୁଇ ସଙ୍କଳ୍ପ ପତ୍ର: ଅପରେସନ ଲୋଟସକୁ ତୀବ୍ର ସମାଲୋଚନା କଲେ ଆପ୍ ସାଂସଦ

ନୂଆଦିଲ୍ଳୀ: ପଞ୍ଜାବରେ ବିଧାୟକଙ୍କୁ କିଣିବା ଅଭିଯୋଗ ମଧ୍ୟରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଆପ୍ ର ରାଷ୍ଟ୍ରୀୟ ଜନପ୍ରତିନିଧି ସମ୍ମିଳନୀରେ ଦୁଇଟି ସଂକଳ୍ପ ପତ୍ର ମଧ୍ୟ ଉପସ୍ଥିତ କରାଯାଇଛି । ଏହି ସମୟରେ ପାର୍ଟୀର ବରିଷ୍ଠ ନେତା ଏବଂ ରାଜ୍ୟସଭା ସାଂସଦ ସଞ୍ଚୟ ସିଂହ ବିଜେପି ଉପରେ ବର୍ଷିଛନ୍ତି ।

ସାଂସଦ ସଞ୍ଚୟ ସିଂହ କହିଛନ୍ତି ଯେ ଅପରେସନ ଲୋଟସକୁ ବିଦେଶୀ ଆକ୍ରମଣଠାରୁ ଅଧିକ ବିପଜ୍ଜନକ ବୋଲି କହିବା ସହ ସେ କହିଥିଲେ । ଯେ ଏହା ସ୍ୱାଧୀନ ଭାରତର ସବୁଠୁ ବଡ଼ ସ୍କାମ୍ । ଏଥିରେ ହଜାର ହଜାର କୋଟି ଟଙ୍କା ଲୁଟ ହୋଇଛି ଏବଂ ଏହି ଟଙ୍କାରେ ଏମଏଲଏଙ୍କୁ କିଣାଯାଇଛି । ଏହି ଲୋକଙ୍କ ବିରୋଧରେ ରାଷ୍ଟ୍ରଦୋହ ମକଦ୍ଦମା କରି ଏମାନଙ୍କୁ ଆଜୀବନ କାରାବାସ ଦଣ୍ଡ ମିଳିବା ଦରକାର । ଆପ୍ ର ବରିଷ୍ଠ ନେତା ଗୋପାଳ ରାୟ ମେକ୍ ଇନ୍ ଇଣ୍ଡିଆ ନମ୍ବର-୧ ମିଶନ ର ସଙ୍କଳ୍ପ ପତ୍ର ରଖିବା ସହ କହିଥିଲେ ଯେ ଭାରତକୁ ଦୁନିଆରେ ସବୁଠୁ ମଜବୁତ ଦେଶ କରିବା ହିଁ ମେକ୍ ଇନ ଇଣ୍ଡ୍ରିଆ ନମ୍ବର-୧ ର ମିଶନ ।

ସେ ଆହୁରି କହିଥିଲେ ଏଥିପାଇଁ ଆମକୁ ଦେଶରେ ସମସ୍ତଙ୍କୁ ଭଲ ତଥା ମାଗଣା ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ମହିଳାଙ୍କୁ ସମ୍ମାନ ତଥା ସୁରକ୍ଷା ଏବଂ ଚାଷୀଙ୍କୁ ଫସର ପୂରା ଦାମ୍ ଦେବା ସୁନିଶ୍ଚିତ କରିବାକୁ ପଡ଼ିବ । ଯେତେବେଳେ ମେକ୍ ଇନ ଇଣ୍ଡିଆ ନମ୍ବର-୧ ମିଶନରୁ ୧୩୦  କୋଟି ଲୋକ ଯୋଡ଼ିହେବେ । ସେତେବେଳେ ଭାରତକୁ ସର୍ବଶ୍ରେଷ୍ଠ ଏବଂ ଶକ୍ତିଶାଳୀ ରାଷ୍ଟ୍ର ହେବାରୁ କେହି ରୋକିପାରିବେ ନାହିଁ । ଏଥିପାଇଁ ସବୁ ପାର୍ଟୀର ଲୋକଙ୍କୁ ଏକାଠି ହେବାକୁ ପଡ଼ିବ ।

Get real time updates directly on you device, subscribe now.