fbpx

T20 WC-2022 ପାଇଁ ଟିମ ଇଣ୍ଡିଆର ନୂଆ ଜର୍ସି ଲଞ୍ଚ: ବିସିସିଆଇ ପୋଷ୍ଟ କଲା ପ୍ରଥମ ଫଟୋ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ-୨୦୨୨ ପାଇଁ ନୂଆ ଜର୍ସି ଲଞ୍ଚ କରିଛି ବିସିସିଆଇ । ଚଳିତ ବର୍ଷ ଆଉ ଏକ ନୂଆ ଜର୍ସିରେ ବିଶ୍ୱକପ ଖେଳିବ ରୋହିତ ସେନା । ଏକ ମେଗା ଇଭେଣ୍ଟ ଜରିଆରେ ବିସିସିଆଇ ଏହି ଜର୍ସିର ଫଟୋ ସେୟାର କରିଛି । ତେବେ ଏହି ବର୍ଷ ବିଶ୍ୱକପରେ ଭାରତ ବିଲିୟନ ଚିୟର୍ସ ଜର୍ସି ବଦଳରେ ଅନ୍ୟ ଏକ ଜର୍ସିରେ ନଜର ଆସିବ ଟିମ ଇଣ୍ଡିଆ ।

ବର୍ତ୍ତମାନ ଟିମ ଇଣ୍ଡିଆ ପିନ୍ଧୁଥିବା ଜର୍ସିଟି ନେଭୀ ବ୍ଲୁ ରଙ୍ଗର ରହିଛି । କିନ୍ତୁ ଆଗାମୀ ବିଶ୍ୱକପ ପାଇଁ ନୂଆ ଜର୍ସି କେବଳ ବ୍ଲୁ ରଙ୍ଗର କରାଯାଇଛି । ଏହି ଜର୍ସିରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବଂ ମହିଳା କ୍ରିକେଟ ଟିମର ଅଧିନାୟକ ହରମନପ୍ରୀତ କୌରଙ୍କୁ ଦେଖାଯାଇଛି । ପୁରୁଣା ଜର୍ସି ତୁଳନାରେ ଏହି ଜର୍ସିର ପାଟର୍ଣ୍ଣ ମଧ୍ୟ ପରିବର୍ତ୍ତନ କରିଛି ବିସିସିଆଇ । ତେବେ ଏହି ଫଟୋ ସେୟାର କରିବା ସହ ଏହି ଜର୍ସି ସମସ୍ତ କ୍ରିକେଟ ଫ୍ୟାନ୍ସମାନଙ୍କ ପାଇଁ ବୋଲି ବିସିସିଆଇ ଟ୍ୱିଟ କରିଛି । ଦୁଇ ଅଧିକାୟକଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ ଏବଂ ମହିଳା କ୍ରିକେଟରଙ୍କ ଫଟୋ ସେୟାର କରିଛି ବିସିସିଆଇ । ଚଳିତ ବିଶ୍ୱକପରୁ ବିଲିୟନ ଚିୟର୍ସ ଜର୍ସି ଜାଗାରେ ଟିମ ଇଣ୍ଡିଆ ପିନ୍ଧିବ ହର୍ ଫ୍ୟାନ୍ କି ଜର୍ସି । ଏହି ନୂଆ ଜର୍ସିକୁ ବିସିସିଆଇ ସମସ୍ତ ଫ୍ୟାନ୍ସମାନଙ୍କୁ ଉତ୍ସର୍ଗ କରିଛି ।

ଅଷ୍ଟ୍ରେଲିଆରେ ଆସନ୍ତା ଅକ୍ଟୋବର ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ ୨୦୨୨ । ଗତବର୍ଷ ଟି-୨୦ ବିଶ୍ୱକପ ସମୟରେ ମଧ୍ୟ ଟିମ ଇଣ୍ଡିଆ ଏକ ନୂଆ ଜର୍ସି ସହିତ ମଇଦାନକୁ ଓହ୍ଲାଇଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ଫାଇନାଲକୁ ପ୍ରବେଶ କରିବାରେ ସକ୍ଷମ ହୋଇ ପାରିନଥିଲା ବିରାଟ ବାହିନୀ । କିନ୍ତୁ ଚଳିତବର୍ଷ ଏହି ନୂଆ ଜର୍ସି ସହିତ ପୁଣି ଏକ ବିଶ୍ୱକପକୁ ଟାର୍ଗେଟ କରିବ । ଏବଂ ଚଳିତବର୍ଷ ଟ୍ରଫିକୁ ନିଜର କରିବା ବୋଲି ଆଶା ବାନ୍ଧିଛି ସାରା ଭାରତ ।

Get real time updates directly on you device, subscribe now.