fbpx

Video: ରାଜଧାନୀ ରାଜରାସ୍ତାରେ ଚାଞ୍ଚଲ୍ୟ ରାସ୍ତାରେ, ବାଇକ୍‌ରେ ଆସି ଝାମ୍ପି ନେଲେ ସୁନା ଚେନ୍

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବଢି ଚାଲିଛି ଆତଙ୍କ। ଆଜି ସନ୍ଧ୍ୟାରେ ସଦ୍ୟତମ ମାମଲା କାଶ୍ମୀର ଫାଟକ ନିକଟରେ ଘଟିଛି। ଏଠାରେ ଦୁଇଜଣ ଦୁର୍ବୁତ୍ତ ବାଇକରେ ଆସି ରାସ୍ତା କଡରେ ଛିଡା ହୋଇଥିବା ଜଣେ ମହିଳାଙ୍କ ଠାରୁ ତାଙ୍କ ସୁନା ଚେନ୍ ଟାଣି ନେଇ ଯାଇଥିଲେ। ଏହି ଘଟଣାର ଏକ ଭିଡିଓ ବର୍ତମାନ ସାମ୍ନାକୁ ଆସିଛି।

ଯେଉଁଥିରେ ଦେଖାଯାଏ ଯେ ବାଇକରେ ଆସି ମହିଳାଙ୍କ ନିକଟରେ ବାଇକକୁ ଅଟକାଇଥାନ୍ତି। ମହିଳା ଜଣକ ରାସ୍ତାରେ ବସକୁ ଅପେକ୍ଷା କରିଥିଲେ। ଏହି ସମୟରେ ଜଣେ ଦୁର୍ବୁତ୍ତ ମହିଳାଙ୍କ ପଛରୁ ଆସି ତାଙ୍କ ବେକରୁ ଚନ ଛିଡ଼ାଇ ନିଏ, ଏବଂ ସେତେବେଳେ ହିଁ ଅନ୍ୟ ଜଣେ ବାଇକ୍ ଆରୋହୀ ଶୀଘ୍ର ତାଙ୍କ ନିକଟକୁ ଆସନ୍ତି ଏବଂ ସେମାନେ ଖସି ପଳାନ୍ତି। ଆଶ୍ଚର୍ଯ୍ୟର କଥା, ସେହି ସମୟରେ ଅନେକ ଲୋକ ସେଠାରେ ଠିଆ ହୋଇଥିଲେ କିନ୍ତୁ ସାହାଯ୍ୟ କରିବାକୁ କେହି ଆଗକୁ ଆସିନଥିଲେ।

Get real time updates directly on you device, subscribe now.