fbpx

Best Bakery Case: ଦୁଇ ଅପରାଧୀଙ୍କୁ ନିର୍ଦ୍ଦୋଶରେ ଖଲାସ କଲେ କୋର୍ଟ, ୧୪ ଜଣଙ୍କର ହୋଇଥିଲା ଯନ୍ତ୍ରଣାଦାୟକ ମୃତ୍ୟୁ

ମୁମ୍ବାଇ: ମୁମ୍ବାଇର ଏକ କୋର୍ଟ ବେଷ୍ଟ ବେକରୀ ମାମଲାରେ ଦୁଇ ଅଭିଯୁକ୍ତ – ହର୍ଷଦ ରାଓଜାଇ ସୋଲଙ୍କି ଏବଂ ମାଫତ ମାନିଲାଲ ଗୋହିଲଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଗୁଜରାଟରେ ଗୋଦରା ଦଙ୍ଗାର ହିଂସା ଆରମ୍ଭ ହେବା ପରେ ବେଷ୍ଟ ବେକରୀ ଘଟଣାରେ ୧୪ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ଉଭୟ ଅଭିଯୁକ୍ତ ସୋଲାଙ୍କି ଏବଂ ଗୋହିଲଙ୍କୁ ବର୍ତ୍ତମାନ ପଳାତକ ଘୋଷିତ କରାଯାଇଛି।
୨୦୦୨ ରେ, ଗୋଦ୍ରା ପରବର୍ତ୍ତୀ ଦଙ୍ଗା ସମୟରେ ମାଓବାଦୀମାନେ ଭଦୋଦରାସ୍ଥିତ ବେଷ୍ଟ ବେକେରୀରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଏହି ମାମଲାରେ ବେଷ୍ଟ ବେକରୀ ମାଲିକଙ୍କ ଝିଅ ଜାହିରା ଶେଖ ୨୧ ଜଣଙ୍କ ବିରୋଧରେ ମାମଲା ଦାୟର କରିଥିଲେ।

୨୦୦୩ ରେ, ଫାଷ୍ଟ ଟ୍ରାକ୍ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଥିଲେ, ଯାହା ପରେ ଗୁଜୁରାଟ ହାଇକୋର୍ଟ ଏହାକୁ ସମର୍ଥନ କରିଥିଲେ। ଏହା ପରେ ଜାହିରା ଶେଖ ସାମାଜିକ କର୍ମୀ ତିସ୍ତା ସେଟାଲଭାଡଙ୍କ ସହ ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇଥିଲେ। ଏହି ମାମଲାର ଶୁଣାଣି ଗୁଜରାଟରୁ ଚାଲିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ, ପରେ ଏହି ମାମଲା ମୁମ୍ବାଇ ସ୍ୱତନ୍ତ୍ର କୋର୍ଟକୁ ପଠାଯାଇଥିଲା।

ଏହି ମାମଲାରେ ୨୦୦୬ ମସିହାରେ ମୁମ୍ବାଇ କୋର୍ଟ ୧୭ ଅଭିଯୁକ୍ତଙ୍କ ମଧ୍ୟରୁ ୯ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏହି ରାୟ ଆସିବା ବେଳକୁ ୪ ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି। ଏଥି ସହିତ, ଏହି ମାମଲାରେ ପଳାୟନ କରୁଥିବା ଦୁଇ ଅଭିଯୁକ୍ତଙ୍କ ଓକିଲମାନେ ଶୁଣାଣି ସମୟରେ ଗୁଜୁରାଟର ଫାଷ୍ଟ ଟ୍ରାକ କୋର୍ଟ ଦ୍ୱାରା ନିର୍ଦ୍ଦୋଷରେ ଖଲାସ ହୋଇଥିବା ଦାବି କରିଥିଲେ।

Get real time updates directly on you device, subscribe now.