fbpx

ଘରେ ହେବ ଟଙ୍କାର ବର୍ଷା : ମଙ୍ଗଳବାର ଦିନ କରନ୍ତୁ ୫ଟି ଜିନିଷର ଦାନ

ଭୁବନେଶ୍ୱର : ଜୋତିଷ ଶାସ୍ତ୍ର ଅନୁସାରେ ସମ୍ତାହର ପ୍ରତ୍ୟେକ ବାର କୌଣସି ନା କୌଣସି ଦେବା ଦେବୀଙ୍କୁ ସମର୍ପିତ ହୋଇଛି । ଏହି ପରି ମଙ୍ଗଳବାର ଦିନ ମଧ୍ୟ ହନୁମାନଙ୍କୁ ସମର୍ପଣ କରାଯାଇଛି । ଏହି ଦିନ ଯଦି ଆପଣ ବିଧି ବିଧାନରେ ସହିତ ପୂଜା ପାଠ ଏବଂ ବ୍ରତ କରନ୍ତି ତେବେ ବଜରଙ୍ଗବାଲୀଙ୍କର କୃପା ଦୃଷ୍ଟି ସଦା ସର୍ବଦା ଆପଣଙ୍କ ଉପରେ ରହିବ ଏବଂ ଘରେ ସୁଖ ଓ ସମୃଦ୍ଧି ବାସ କରିବ । ମଙ୍ଗଳବାର ଦିନ ବଜରଙ୍ଗବାଲୀଙ୍କର ପସନ୍ଦର ଜିନିଷ ଦାନ କରିବା ଦ୍ୱାରା ଠାକୁର ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି ।

ଜାଣିନିଅନ୍ତୁ ଏହି ଦିନରେ କଣ ଦାନ କରିବେ :

ଲଡ୍ଡୁ : କୁହାଯାଉଛିକି ବଜରଙ୍ଗବାଲୀଙ୍କୁ ଲଡ୍ଡୁ ଅତି ପ୍ରିୟ । ଏମିତିରେ ଯଦି ଲଡ୍ଡୁର ଭୋଗ ଲଗାନ୍ତି ,ତେବେ ବଜରଙ୍ଗବାଲୀ ଶୀଘ୍ର ପ୍ରସନ୍ନ ହେବେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଚାକିରିରେ କିଛି ବାଧା ଆସୁଛି କିମ୍ବା ପଦୋନ୍ନତି ହେଉନାହିଁ , ତେବେ ମଙ୍ଗଳବାର ଦିନ ବଜରଙ୍ଗବାଲୀଙ୍କୁ ବେସନର ଲଡ୍ଡୁ ପୂଜା କରିବା ଦ୍ୱାରା ହନୁମାନଙ୍କ କୃପା ସବୁ ବେଳେ ରହିବ ଏବଂ ସମସ୍ତ ସଂଙ୍କଟ ଦୂର ହେବ ।

ନିଡ଼ିଆ : ଶାସ୍ତ୍ର ଅନୁସାରେ ମଙ୍ଗଳବାର ଦିନ ନଡ଼ିଆର ଦାନ ଶୁଭ ମନେ କରାଯାଏ । ଯଦି ପରିବାରର ସଦଶ୍ୟ ବହୁତ ଦିନ ହେବ ଅସୁସ୍ଥ ଅଛନ୍ତି କିମ୍ବା ଶରୀର ଜନିତ ପିଡ଼ାରେ ବହୁ ଦିନ ହେବ ଗତୀ କରୁଛନ୍ତି । ତେବେ ମଙ୍ଗଳବାର ଦିନ ବଜରଙ୍ଗବାଲୀଙ୍କ ମନ୍ଦିରକୁ ନଡିଆ ଦାନ କରନ୍ତୁ । ଏହାଫଳରେ ସ୍ୱାସ୍ଥ୍ୟରେ ଉନ୍ନତି ଆସିଥାଏ ।

ଲାଲ ରଙ୍ଗର ବସ୍ତ୍ର ଏବଂ ଫଳ : ବଜରଙ୍ଗବାଲୀଙ୍କୁ ଲାଲ ରଙ୍ଗ ବହୁତ ପସନ୍ଦ । ମଙ୍ଗଳବାର ଦିନ ଲାଲ ରଙ୍ଗ ଫୁଲ ଏବଂ କପଡା ଦାନ କରିବା ଦ୍ୱାରା ବ୍ୟକ୍ତିକୁ ମଙ୍ଗଳ ଦିଷରୁ ମୁକ୍ତି ମିଳିବ । ଏହି ଉପାୟ କରିବା ଦ୍ୱାରା ହନୁମାନ ଅଧିକ ପ୍ରସନ୍ନ ହୋଇଥାନ୍ତି । ଼଼

ମସୁର ଡ଼ାଲି : ଯେଉଁ ଲୋକଙ୍କର କୁଣ୍ଡଲୀରେ ମଙ୍ଗଳା ଦୋଷ ରହୁଛି ସେମାନେ ମଙ୍ଗଳବାର ଦିନ ବିଧି ବିଧାନର ସହିତ ପୂଜା କରିବା ଉଚିତ୍ । ଶାସ୍ତ୍ରର କହିବା ଅନୁସାରେ ଲାଲ ମସୁରୀ ଡ଼ାଲି ଦାନ କରିବା ଦ୍ୱାରା ଭଗବାନ ହନୁମାନଙ୍କ କୃପା ପ୍ରାପ୍ତ ହୋଇଥାଏ ।

ତୁଳସୀ ପତ୍ର : ହିନ୍ଦୁ ଧର୍ମରେ ତୁଳସୀର ପତ୍ରକୁ ପବିତ୍ର ମନେ କରାଯାଏ । ତୁଳସୀ ଗଛରେ ମାଆ ଲକ୍ଷ୍ମୀ ବାସ କରୁଛନ୍ତି । ଶାସ୍ତ୍ର ଅନୁସାରେ ତୁଳସୀର ପତ୍ର କିମ୍ବା ତୁଳସୀ ପତ୍ରର ମାଳ ମଙ୍ଗଳବାର ଦିନ ବଜରଙ୍ଗବାଲୀଙ୍କୁ ଅର୍ପଣ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତ ହେବା ସହିତ ଜୀବନରେ କେବେ ହେଲେ ଧନର ଅସୁବିଧା ଉପୁଯିବ ନାହିଁ ।

Get real time updates directly on you device, subscribe now.