fbpx

କଂଗ୍ରେସ ନ୍ୟାୟ ଯାତ୍ରାରେ ଲାଗିବ ବ୍ରେକ୍, ବିଦେଶ ଗସ୍ତରେ ଯିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା । ବର୍ତ୍ତମାନ ଏଥିରେ ଲାଗିବ ବ୍ରେକ୍ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଦେଶ ଗସ୍ତକୁ ଯିବେ । ଲଣ୍ଡନ ସ୍ଥିତ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ତାଙ୍କର ଲେକ୍ଚର ଦେବାର କାର୍ଯ୍ୟକ୍ରମ ରହିଛି । ତେଣୁ ପେବୃଆରୀ ୨୬ରୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଉପରେ ଲାଗିବ ବ୍ରେକ୍ । ଲଣ୍ଡନରୁ ଫେରି ରାହୁଲ ମାର୍ଚ୍ଚ ୨ରେ ରାଜସ୍ଥାନ ମାର୍ଗରୁ ମଧ୍ୟପ୍ରଦେଶ ପହଂଚିବେ । ଆଜି କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ୩୯ତମ ଦିବସ । ଉନ୍ନାଓରୁ ଏହି ଯାତ୍ରା କାନପୁର ପହଂଚିବ । କାନପୁରରେ ୨ ଦିନ ଏହି ଯାତ୍ରା ଉପରେ ବ୍ରେକ୍ ଲାଗିବ ।

ମଙ୍ଗଳବାର ରାୟବରେଲୀରେ ନ୍ୟାୟ ଯାତ୍ରା ସମୟରେ ଏକ ଜନ ସଭାକୁ ସମ୍ବୋଧିତ କରି ରାହୁଲ ଗାନ୍ଧି ଅଗ୍ନିବୀର ଯୋଜନାକୁ ନେଇ କେନ୍ଦ୍ରରେ ଥିବା ମୋଦୀ ସରକାରଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ ଏହି ଯୋଜନା ଅନ୍ତର୍ଗତ ଶହିଦଙ୍କ ମଧ୍ୟରେ ପାର୍ଥକ୍ୟ ହେଉଛି । ଦେଶ ପାଇଁ ପ୍ରାଣର ବଳିଦାନ ଦେଉଥିବା ଅଗ୍ନିବୀର ଯବାନଙ୍କୁ ଶହିଦର ମର୍ଯ୍ୟାଦା ଦିଆଯାଉନାହିଁ । ଅଗ୍ନିବୀର ଜବାନଙ୍କ ପରିବାରକୁ ନା ପେନସନ୍ ମିଳିବ ନା କୌଣସି ପ୍ରକାର ସହାୟତା । ସେମାନେ ସେନାରେ ଭର୍ତ୍ତି ହେବେ କିନ୍ତୁ ୩ରୁ ୪ ବର୍ଷ ପରେ ସେମାନଙ୍କ କୌଣସି ଆବଶ୍ୟକତା ନାହିଁ କହି ଗୋଇଠା ମାରି ବାହାର କରିଦିଆଯିବ ।

Get real time updates directly on you device, subscribe now.