ଦୀପାବଳି ପାଇଁ ଦୁଇଦିନ ଛୁଟି ଘୋଷଣା: ଅକ୍ଟୋବର ୩୧ ଓ ନଭେମ୍ବର ୧ରେ ଛୁଟି ନିଷ୍ପତ୍ତି ନେଲେ ୟୁପି ସରକାର

ନୂଆଦିଲ୍ଲୀ: ଆଲୋକପର ପର୍ବ ଦୀପାବଳି ପାଳନ ପାଇଁ ସାରା ଦେଶ ଉତ୍ସୁକତାର ସହ ଅପେକ୍ଷା କରିବା ସହ ବାଣ ଓ ମିଠା କିଣାକିଣିରେ ବ୍ୟସ୍ତ ରହିଛନ୍ତି । ତେବେ ଏହା ମଧ୍ୟରେ ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଦୀପାବଳୀ ପୂର୍ବରୁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ଏକ ବଡ଼ ଉପହାର । ଦୀପାବଳୀ ପାଇଁ ଅକ୍ଟୋବର ୩୧ରେ ରାଜ୍ୟରେ ଛୁଟି ଘୋଷଣା କରାଯାଇଛି । ସେହିପରି ନଭେମ୍ବର ୧ରେ ମଧ୍ୟ ଛୁଟି ରହିବ । ଏହାଫଳରେ ଏଥର କର୍ମଚାରୀମାନେ ଦୁଇଦିନ ଦୀପାବଳୀ ଛୁଟି ପାଇବେ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏନେଇ ଏକ ବଡ଼ ଘୋଷଣା କରିଛନ୍ତି ।