fbpx
BJD SKY
BJD SKY

ଆଜିଠାରୁ BJPର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ଆରମ୍ଭ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ବିଜେପିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହେବ । ତେଣୁ ଆଜି ଦଳର କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଓ ରାଜ୍ୟ ପଦାଧିକାରୀମାନେ ଯୋଗଦେବେ । ସେହିପରି ଆସନ୍ତାକାଲି ଚନ୍ଦ୍ରଶେଖରପୁରଠାରେ ଏକ ଘରୋଇ ହୋଟେଲରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ବୈଠକ ଅନୁଷ୍ଠିତ ହେବ । ପୂର୍ବରୁ ଏ ବାବଦରେ ଦଳର ରାଜ୍ୟ ସଂପାଦକ ଗୋଲକ ମହାପାତ୍ର ସୂଚନା ଦେଇଥିଲେ ।

ଆସନ୍ତାକାଲି ରାଜଧାନୀ ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁରର ପଦ୍ମଜା ପ୍ରିମିୟମରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି ସଭାପତିତ୍ୱ କରିବେ । ବୈଠକରେ ରାଜ୍ୟର ବର୍ତ୍ତମାନର ସାମାଜିକ ପ୍ରସଙ୍ଗ ଓ ରାଜନୈତିକ ସ୍ଥିତି ସ୍ଥାନ ପାଇବ । ଏହି ଅବସରରେ ବୈଠକରେ ସମସ୍ତ କେନ୍ଦ୍ର ମନ୍ତ୍ରୀ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସମସ୍ତ ସାଂସଦ ଓ ବିଧାୟକ, ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ପ୍ରଭାରୀ ଓ ଦଳର ବିଭିନ୍ନ ମୋର୍ଚ୍ଚାର ସଭାପତିମାନେ ଯୋଗଦେବେ ।

ଏହା ପୂର୍ବରୁ ଦଳର ଦୁଇ ଦିନିଆ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ଗତ ୧୬-୧୭ ତାରିଖରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଓ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ଆଲୋଚନା ହୋଇଥିଲା । ତେବେ ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ସେ ନେଇ ରାଜ୍ୟ କାର୍ଯ୍ୟକାରିଣୀରେ କିଛି ରଣନୀତି ପ୍ରସ୍ତୁତ ହୋଇପାରେ । ରାଜ୍ୟ ସରକାରଙ୍କ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ମାନ୍ଦାବସ୍ଥା, ମଣ୍ଡି ସମସ୍ୟା, ଆବାସ ଯୋଜନାରୁ ଯୋଗ୍ୟ ହିତାଧିକାରୀ ବାଦ ପଡ଼ିବା ଆଦି ପ୍ରସଙ୍ଗ ଉପରେ କାର୍ଯ୍ୟକାରିଣୀରେ ଆଲୋଚନା ହେବ ।

Get real time updates directly on you device, subscribe now.