fbpx
BSKY SKY
BSKY SKY

୨ ଜୀବନ ନେଲା କରୋନା

BSKY

ଭୁବନେଶ୍ୱର, ୧୫ା୧ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୧୮୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୦୮ ଓ ସ୍ଥାନୀୟ ଅଞ୍ଚଳରୁ ୭୮ଜଣ ଚିହ୍ନଟ ହୋଇଛନ୍ତି । ଆଜି ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଫଳରେ ମୃତ୍ୟୁ ସଂଖ୍ୟା ୧୮୯୮କୁ ବୃଦ୍ଧି ପାଇଛି । ମୃତତକଙ୍କ ମଧ୍ୟରୁ ଜଣେ ଖୋର୍ଦ୍ଧା ଜିଲ୍ଲାର ଓ ଅନ୍ୟ ଜଣେ ସୁନ୍ଦରଗଡ଼ର ବୋଲି ଜଣପଡ଼ିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୯୪୯ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୨୮ ହଜାର ୮୩୨ ରହିଥିବା ବେଳେ ୨ ହଜାର ୧୬୬ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ସୁନ୍ଦରଗଡ଼ ସର୍ବାଧିକ ୩୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.