fbpx

ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା କାର୍: ୨ ଜଣଙ୍କ ମୃତ୍ୟୁ, ୨ ଗୁରୁତର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି ବିଳମ୍ବିତ ରାତ୍ରିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ କାର ରାସ୍ତା ତଳକୁ ଓଲଟି ପଡ଼ିବା ଫଳରେ ଘଟଣାସ୍ଥଳରେ ଏକାଧିକ ଲେକ ମୃତାହତ ହୋଇଛନ୍ତି । ଖବର ପାଇ ସ୍ଥାନୀୟ ଲୋକେ ସମସ୍ତଙ୍କୁ ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି ।

ଜଣାପଡ଼ିଛି ଯେ, ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଧନପୁର ନିକଟରେ ଏକ କାର୍ ଭାରସାମ୍ୟ ହରାଇ ରାସ୍ତା ତଳ ପାଣିକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ କାରରେ ବସିଥିବା ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା । ମୃତକ ଦ୍ୱୟଙ୍କ ନାମ ଚନ୍ଦନ କୁମାର ମଲ୍ଲିକ ଓ ଦେବାଶିଷ ନାୟକ ଏବଂ ଦୁହିଁଙ୍କ ଘର ଯାଜପୁର ରୋଡ୍ ଥାନା ଝାଟିଆସାହି ଗ୍ରାମରେ । କାରଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ସହାୟତାରେ ୪ ଜଣଙ୍କୁ ଯାଜପୁର ଗୋଷ୍ଠୀ ମେଡିକାଲରେ ଭର୍ତ୍ତି କରିଥିଲେ ।

Get real time updates directly on you device, subscribe now.