fbpx

ଲସି ପିଇ ୨ ଜଣଙ୍କ ମୃତ୍ୟୁ: ଦୁଇ ଗିରଫ

ମାଲକାନଗିରି, ୪ା୫ (ଓଡିଶା ଭାସ୍କର): ଲସି ପିଇ ୨ ଜଣଙ୍କ ମୃତ୍ୟୁ ଘଟିଛି । ଗତ ୧ ତାରିଖରେ ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକରେ ଲସି ପିଇ ଶତାଧିକ ଅସୁସ୍ଥ ହୋଇଥିଲେ । ଲସି ପିଇ ଅସୁସ୍ଥ ହୋଇଥିବା ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ୨ ଜଣ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ତେବେ ଲସିର ନମୂନାକୁ ପରୀକ୍ଷା କରିବା ପାଇଁ ପଡ଼ିଆ ପୋଲିସ ଭୁବନେଶ୍ୱର ପଠାଇଛି । ଲସିରେ ମାଛ ଓ ପଚା କଦଳୀ ଅପମିଶ୍ରଣ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଗତ ଶନିବାର ଦିନ କୁର୍ତ୍ତି ହାଟରୁ ନିକଟସ୍ଥ ବିଭିନ୍ନ ଗ୍ରାମର ଲୋକମାନେ ଲସି ପିଇବା ପରେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା । ଅସୁସ୍ଥ ଲୋକମାନଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

Get real time updates directly on you device, subscribe now.