fbpx

Paris Olympics: ଅଲିମ୍ପିକ୍ସରେ ଦୁଇ ଭାରତୀୟଙ୍କ ଟକ୍କର! ଏଚଏସ ପ୍ରଣୟ ଓ ଲକ୍ଷ୍ୟସେନ ହେବେ ଆମନା-ସାମନା, ଜାଣନ୍ତୁ କାହାର ପଲା ଅଛି ଭାରି

ଓଡିଶା ଭାସ୍କର: ପ୍ୟାରିସ ଅଲିମ୍ପିକ୍ସ ଭାରତୀୟ ଆଥଲେଟ ଓ ପ୍ରଶଂସକଙ୍କ ପାଇଁ ଅଲଗା ପ୍ରକାର ମୋଡ ନେଇ ଆସିଛି । ଯାହା କେହି କେବେ ଭାବି ନ ଥିଲେ । ତାହା ହିଁ ହେବାକୁ ଯାଉଛି । ଭାରତର ଦୁଇ ତାରକା ବ୍ୟାଡମିଣ୍ଟନ ଖେଳାଳି ଏଚଏସ ପ୍ରଣୟ ଓ ଲକ୍ଷ୍ୟସେନ ଅଲିମ୍ପିକ୍ସର ରାଉଣ୍ଡ ଅଫ ୧୬ ରେ ମୁହାଁମୁହିଁ ହେବେ । ଭାରତ ଦେଖିବେ ଖେଳର ମହାକୁମ୍ଭରେ ଭାରତୀୟ ଦୁଇ ସୁପରଷ୍ଟାରଙ୍କ ମହାଲଢେଇ । ଏଭଳି ମୁକାବିଲା ଦେଖିବାକୁ କିନ୍ତୁ କୌଣସି ବି ଭାରତୀୟ ଚାହୁଁ ନ ଥିଲେ । କାରଣ ଉଭୟ ଖେଳାଳି ଦମଦାର ଫର୍ମରେ ରହିଛନ୍ତି । ଗୋଟିଏ ପଦକ ପାଇଁ ଦୁହେଁ ଲଢିବେ ।

ଲକ୍ଷ୍ୟସେନ ଚଳିତ ଅଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । ତାଙ୍କର ବିଜୟ ସମ୍ଭାବନା ମଧ୍ୟ ବେଶ୍ ଅଧିକ । କିନ୍ତୁ, ଏଚଏସ ପ୍ରଣୟ ମଧ୍ୟ ତାଙ୍କ ତୁଳନାରେ କମ ନୁହଁନ୍ତି । ଲକ୍ଷ୍ୟ ଅଲିମ୍ପିକ୍ସ ପୁରୁଷ ବ୍ୟାଡମିଣ୍ଟନରେ ଗ୍ରୁପ ଏଲ() ରେ ଖେଳୁଥିଲେ । ତାଙ୍କୁ ୨ ଟି ମ୍ୟାଚ ଖେଳିବାର ଥିଲା । ମାତ୍ର ଗୋଟିଏ ମ୍ୟାଚ ଡିଲିଟ ହୋଇଯିବା କାରଣରୁ ସେ ୩ ଟି ମ୍ୟାଚ ଖେଳିଲେ । ସେହିଭଳି ପ୍ରଣୟ ଗ୍ରୁପ କେ()ର ଅଂଶ ଥିଲେ । ସେ ୨ ଟି ମ୍ୟାଚ ଖେଳିଛନ୍ତି ।

ଲକ୍ଷ୍ୟସେନ କେବିନ କାର୍ଡନ, ଜୁଲିୟାନ କୈରାଗୀ ତଥା ବିଶ୍ୱର ଷ୍ଟାର ଖେଳାଳି ଜୋନାଥନ କ୍ରିଷ୍ଟିଙ୍କୁ ହରାଇ ରାଉଣ୍ଡ ଅଫ ୧୬ ରେ ପ୍ରବେଶ କରିଛନ୍ତି । ସେପଟେ ପ୍ରଣୟ ଫୈବିୟନ ରୋଥ, ଲେ ଡୁକ ଫାଟଙ୍କ ଭଳି ଖେଳାଳିଙ୍କୁ ହରାଇ ଏହି ରାଉଣ୍ଡକୁ ପ୍ରବେଶ କରିଛନ୍ତି । ୨୦୨୨ ମସିହାରୁ ୨୦୨୩ ମସିହା ମଧ୍ୟରେ ଲକ୍ଷ୍ୟସେନ ଓ ପ୍ରଣୟ ଇଣ୍ଡିଆନ ଓପନରେ ଆମନା-ସାମନା ହୋଇଛନ୍ତି । ଏଥିରେ ସୁପରଷ୍ଟାର ଲକ୍ଷ୍ୟଙ୍କ ଲକ୍ଷ୍ୟ ତଥା ପଲା ଭାରି ରହିଛି । ଇଣ୍ଡିଆନ ଓପନରେ ୭ ଥରରୁ ଲକ୍ଷ୍ୟସେନ ୪ ଥର ପ୍ରଣୟଙ୍କୁ ହରାଇଛନ୍ତି । ସେହିଭଳି ପ୍ରଣୟ ୩ ଥର ଲକ୍ଷ୍ୟଙ୍କୁ ହରାଇ ନିଜ ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଛନ୍ତି ।

ଏହାବାଦ ଉଭୟ ଖେଳାଳି ମାଲେସିଆ ଓପନ ୨୦୨୩, ଡେନମାର୍କ ଓପନ ୨୦୨୩, ୱାଲର୍ଡ ଚାମ୍ଫିଆନସିପ ୨୦୨୨, ଇଣ୍ଡୋନେସିଆ ଓପନ ୨୦୨୨, ଜର୍ମନ ଓପନ ୨୦୨୨ ତଥା ଇଣ୍ଡିଆ ଓପନ ୨୦୨୨ ରେ ପରସ୍ପରକୁ ଆମନା-ସାମନା କରିଛନ୍ତି ।

Get real time updates directly on you device, subscribe now.