fbpx
BJD SKY
BJD SKY

ତାଇୱାନ ଭୂକମ୍ପରେ ୨ ଜଣ ଭାରତୀୟ ନିଖୋଜ: ଏକ ହଜାରରୁ ଅଧିକ ଆହତ

BJD

ନୂଆଦିଲ୍ଲୀ: ତାଇୱାନରେ ଦେଖାଦେଇଥିବା ଶକ୍ତିଶାଳୀ ଭୂକମ୍ପରେ ଏକ ହଜାରରୁ ଅଧିକ ଲୋକ ଆହତ ହେବା ସହିତ ୭୦ ଜଣ ଲୋକ ବିଲଡିଂ ଭିତରେ ଫଶି ରହିଛନ୍ତି । ୨୫ ବର୍ଷରେ ଆସିଥିବା ସବୁଠାରୁ ଭୟଙ୍କର ଭୂକମ୍ପରେ ୯ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ତେବେ ଏହା ମଧ୍ୟରେ ତାଇୱାନରୁ ଭାରତ ପାଇଁ ଆସିଛି ଏକ ଚିନ୍ତାଜନକ ଖବର । ଭୂକମ୍ପରେ ଦୁଇଜଣ ଭାରତୀୟ ନିଖୋଜ ରହିଛନ୍ତି ଓ ସେମାନଙ୍କ ମଧ୍ୟରେ ଜଣେ ମହିଳା ରହିଥିବା କୁହାଯାଉଛି ।

ତାଇୱାନରେ ଦେଖାଦେଇଥିବା ଭୂକମ୍ପର ତୀବ୍ରତା ୭.୨ ରହିଥିବା ନେଇ ଭୂକମ୍ପ ଉପରେ ନଜର ରଖୁଥିବା ସଂସ୍ଥା ତରଫରୁ କୁହାଯାଇଥିବା ବେଳେ ତୀବ୍ରତା ୭.୪ ଥିବା ନେଇ ଆମେରିକୀୟ ସର୍ବେକ୍ଷଣ ପକ୍ଷରୁ କୁହାଯାଇଥିଲା । ପୂର୍ବରୁ ଏହି ଭୂକମ୍ପରେ ୫୦ ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ଏକ ବସ୍ ନିଖୋଜ ହୋଇଯାଇଥିଲା । ଶକ୍ତିଶାଳୀ ଭୂକମ୍ପ ଫଳରେ ଫୋନ୍ ନେଟୱାର୍କ ଅକାମୀ ହୋଇପଡ଼ିବାରୁ ମିନି ବସରେ ଥିବା ଯାତ୍ରୀଙ୍କ ସହିତ କୌଣସି ଯୋଗାଯୋଗ ସମ୍ଭବ ହୋଇ ପାରିନଥିଲା ।

Get real time updates directly on you device, subscribe now.