fbpx

ଖାଦ୍ୟ ଠିକ୍ ଅଛି କି ନା ଫ୍ରିଜ୍ ଦେବ ଆଗୁଆ ସୂଚନା, ସାମସଙ୍ଗ ଲଞ୍ଚ କଲା AI ସ୍ମାର୍ଟ ଫ୍ରିଜ୍

ନୂଆଦିଲ୍ଲୀ: ସାମସଙ୍ଗ ଭାରତରେ ନୂଆ ରେଞ୍ଜର ଏଆଇ ପ୍ରଡକ୍ଟ ଲଞ୍ଚ କରିଛି । ଏଥିରେ ରହିଛି ଫ୍ରିଜ୍‌, ଏସି, ମାଇକ୍ରୋୱେଭ୍ ଓ ୱାଶିଂମେସିନ୍ । ଏହି ସମସ୍ତ ସ୍ମାର୍ଟ ପ୍ରଡକ୍ଟ Bespoke AI ଏଆଇ ସହ ଆସୁଛି । ଏହି Bespoke AI  ଘରୋଇ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଲାଗି ପ୍ରସ୍ତୁତ କରାଯାଇଥିବା ଏକ ଏଆଇ ପ୍ଲାଟଫର୍ମ । ଏହାଦ୍ୱାରା ବିଭିନ୍ନ ଘରେ ବ୍ୟବହୃତ ବିଭିନ୍ନ ଇଲେକ୍ଟ୍ରୋନିକ୍ ସାମଗ୍ରୀର କାର୍ଯ୍ୟ କ୍ଷମତା ଓ ଗୁଣବତ୍ତା ବୃଦ୍ଧି ସହିତ କମ୍ ବିଜୁଳି ଶକ୍ତି ବି ଖର୍ଚ୍ଚ ହେବ ।

Bespoke AI Appliances ୱାଇଫାଇ ସହ ଆସୁଛି । ଏହାସହିତ ଇଣ୍ଟରନାଲ କ୍ୟାମେରା ଓ ଏଆଇ ଚିପସେଟ୍ ବି ବ୍ୟବହାର ହୋଇଛି । ଏହି ପ୍ରଡକ୍ଟକୁ ଆପଣ ସହଜରେ ନିୟନ୍ତ୍ରଣ କରିପାରିବେ । ଏହାକୁ ଆପଣ SmartThings App ଜରିଆରେ ବି ନିୟମନ୍ତ୍ରଣ କରିପାରିବେ । ଏହାସହିତ ବ୍ୟବହାରକାରୀଙ୍କ ଚଳଣୀରୁ ଏଆଇ ଶିଖିଥାଏ ଓ ଆଗକୁ ସେହିପରି ସେ ପ୍ରଡକ୍ଟକୁ ନିୟନ୍ତ୍ରଣ କରିଥାଏ । ସବୁଠାରୁ ବଡ କଥା ଏହି ଫ୍ରିଜ୍ ସ୍ମାର୍ଟ ଟିଭି ପ୍ୟାନେଲ ସହ ଆସୁଛି । ଏହାର ଟିଭି ସ୍କ୍ରିନ୍ ଜରିଆରେ ଆପଣ ଫ୍ରିଜ୍‌ରେ ଥିବା ସମସ୍ତ ଜିନିଷ ଦେଖିପାରିବେ ଓ ତାହାର ଏକ୍ସପାୟାର ତାରିଖ ବି ଚେକ୍ କରିପାରିବେ ।

ଏହା ବ୍ୟତିତ ୟୁଜର ଟିଭି ସ୍କ୍ରିନ୍‌ରେ ବିଭିନ୍ନ ପ୍ରକାର ରେସିପି ବି ଦେଖିପାରିବେ । ଏଥିରେ ଏଆଇ ଆପଣଙ୍କ ଫ୍ରିଜ୍‌ରେ ଥିବା ବିଭିନ୍ନ ସାମଗ୍ରୀକୁ ନେଇ କ’ଣ ଖାଦ୍ୟ ପ୍ରସ୍ତୁତ ହୋଇପାରିବ ସେ ବିଷୟରେ ସୂଚନା ଦେବ । ଏହି ଫ୍ରିଜ୍‌ରେ ଏଆଇ ଭିଜନ କ୍ୟାମେରା ବ୍ୟବହାର କରାଯାଇଛି । ଏହି କ୍ୟାମେରା ଆପଣ ଖାଦ୍ୟ ସାମଗ୍ରୀ ରଖିବା ସମୟରେ ସମସ୍ତ ଡିଟେଲ୍ ସଂଗ୍ରହ କରିଥାଏ ।

Get real time updates directly on you device, subscribe now.